ଚଣ୍ଡିଗଡ଼,୧୨।୪: ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ବୁଧବାର ସକାଳ ପ୍ରାୟ ସାଢେ ୪ଟା ସମୟରେ ଫାୟରିଂ ହୋଇଥିବା ଖବର ଆସିଥିଲା। ଏଥିରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ଏବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫାୟରିଂ କରିଥିବା ଅଭିଯୁକ୍ତ ଯବାନଙ୍କୁ ପୋଲିସ ଗିରଫ କରି ବା ସହ ପଚରା ଉଚରା ଜାରି ରହିଛି।
ଗୁଳିକାଣ୍ଡର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ସିଲ କରିଦିଆଯିବା ସହ ସର୍ଚ୍ଚ ଅପରେଶନ ଜାରି ରହିଛି। ଏହାପରେ ସେଠାରେ ଭୟର ବାତାବରଣ ଦେଖାଯାଇଛି। ଛାଓ୍ବନିରେ ସ୍କୁଲ ଛୁଟି କରି ଦିଆଯାଇଛି। ପୋଲିସ କହିଛି ଏହା ଆତଙ୍କବାଦୀ କାର୍ଯ୍ୟ ନୁହେଁ।