ଜୟପୁର,୧୩।୪: ବଠିଣ୍ଡା ମିଲିଟ୍ରି ଷ୍ଟେଶନରେ ଆଉ ଜଣେ ଯବାନଙ୍କର ଗୁଳି ବାଜି ମୃତ୍ୟୁ ହୋଇଛି। ଭାରତୀୟ ସେନା ପକ୍ଷରୁ ଏହାକୁ ଏକ ଆକ୍ସିଡେଣ୍ଟ ବୋଲି କୁହାଯାଇଛି। ସେନା କହିଛି ଯେ ଅସ୍ତ୍ରଶସ୍ତ୍ର ରଖିବା ସମୟରେ ଏହି ଦୁର୍ଘଟଣା ହୋଇଛି।
ବଠିଣ୍ଡା କ୍ୟାଣ୍ଟ ପୋଲିସ ଷ୍ଟେଶନର ଏସଏଚଓ ଗୁରଦୀପ ସିଂ କହିଛନ୍ତି, ପଞ୍ଜାବର ବଠିଣ୍ଡାରେ ଗତ ରାତିରେ ସେନାର ଜଣେ ଯବାନଙ୍କର ମୃତ୍ୟୁ ହୋଇଛି। କାରଣ ସର୍ଭିସ ରିଭଲଭରରୁ ତାଙ୍କ ଅଜାଣତରେ ଗୁଳି ଫୁଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ମୃତ ଯବାନ ଜଣଙ୍କ ହେଲେ ଲଘୁ ରାଜ ଶଙ୍କର।