କାଳ ସାଜିଲା ନଦୀରେ ଗାଧୋଇବା: ୩ ନାବାଳକ ମୃତ

ରାଉରକେଲା,୧୦।୨: ସୁନ୍ଦରଗଡ଼ ଜିଲା ଝିରିପାଣି ଥାନା ଅଧୀନ ଭାଟା ବସ୍ତି ନିକଟସ୍ଥ କୋଏଲ ନଦୀରେ ବୁଧବାର ୩ ଜଣ ନାବାଳକ ଭାସି ଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଯୋଗ୍ୟ, ୩ ଜଣ ନାବାଳକ ପରିବାର ଲୋକଙ୍କୁ ନ କହି ନଦୀକୁ ଗାଧୋଇବାକୁ ଆସିଥିଲେ। ସେମାନେ ନଦୀ କୂଳରେ ସାର୍ଟ ଓ ପ୍ୟାଣ୍ଟ ରଖି ନଦୀରେ ଗାଧୋଉ ଥିଲେ। ଅସାବଧାନତା ଯୋଗୁ ସେମାନେ ପାଣିରେ ଭାସି ଯାଇଥିବା ଜଣାପଡିଛି।

Share