
ବ୍ରହ୍ମପୁର, ୨୯।୩( ସୁବାସ ଚନ୍ଦ୍ର ପାଢ଼ୀ): ମରଣଜନ୍ତା କୁହାଯାଉଥିବା ଜାତୀୟ ରାଜପଥ ଖଜୁରିଆ ବାଇପାସରେ ଶନିବାର ଏକ କାର ଧକ୍କାରେ ଜଣେ ବାଟୋଇଙ୍କ ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ଫୁଲଟା ଗ୍ରାମର ବିଜୟ ନାହାକ(୪୨)। ଏନେଇ ତାଙ୍କ ଭାଇ ରଞ୍ଜନ ନାହାକଙ୍କ ଅଭିଯୋଗ ଆଧାରରେ ଟ୍ରାଫିକ ପୋଲିସ ୨୦୦/୨୫ ରେ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ କାର ଚାଳକ ତଥା ଛତ୍ରପୁର ଏଚଡ଼ିଏଫସି ବ୍ୟାଙ୍କରେ ମ୍ୟାନେଜର ଥିବା ବ୍ରଜବାହୁ ମହାରଣା(୪୩)ଙ୍କୁ ପୋଲିସ ଗିରଫ କରିଛି। ଦୁର୍ଘଟଣା ଘଟାଇଥିବା ଇଣ୍ଡିଗୋ (କାର ନଂ ଓ ୦୭ଏମ- ୬୪୪୪) କୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାହା ହସ୍ତାନ୍ତର କରାଯାଇଛି ବୋଲି ପୋଲିସ କହିଛି।