ପ୍ରଶାସନର ଦୃଷ୍ଟି ଆଢୁଆଳରେ ଅବହେଳିତ ବାତରା ମଠ ପୀଠ

ଖଣ୍ଡପଡ଼ା, ୨୦ା୮(ଅଜୟ କୁମାର ମହାରଣା)ଖଣ୍ଡପଡା ବ୍ଲକଠାରୁ ମାତ୍ର ୧୦କିମି ଦୂର ପୂର୍ବ-ଦକ୍ଷିଣ ନୟାଗଡ଼ ଜିଲା ସୀମାନ୍ତରେ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମହୁଲପଡା ଗ୍ରାମ। ଏହି ଗ୍ରାମର ସବୁଜିମା ଭରା ବାତରା ମୁଣ୍ଡିଆ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇ ନ ଥିଲେ ମଧ୍ୟ ଏହା ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ଥାନୀୟ ତଥା ଏହାର ଆଖପାଖ ଅଞ୍ଚଳରେ ପରିଚିତ। ବୋଲଗଡ଼, ନୟାଗଡ଼ ଓ ଖଣ୍ଡପଡ଼ା ବ୍ଲ୍ଳକ ସୀମାନ୍ତକୁ ଲାଗି ବହୁ ପ୍ରାଚୀନ ବାତରା ମଠ (ରଘୁନାଥ ଜୀଉ) ପରିସରରେ ଥିବା ପ୍ରାକୃତିକ ଝରଣା, ସବୁଜ ପରିବେଶ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ଖଣ୍ଡପଡା ଦେବୋତ୍ତର ବିଭାଗ ଅଧୀନରେ ନ ଥିବା ଏହି ପୀଠର ଉନ୍ନତି ପାଇଁ କେବଳ ମଠ ନିକଟସ୍ଥ ପଞ୍ଚାୟତବାସୀ ଓ ଗ୍ରାମବାସୀ ପ୍ରୟାସ ଜାରି ରଖିଛନ୍ତି। ମାତ୍ର ପାହାଡ ଉପରେ ଥିବା ଏହି ମଠର ରକ୍ଷଣାବେକ୍ଷଣ କରିବା ଗ୍ରାମବାସୀଙ୍କ ପକ୍ଷେ ଅସମ୍ଭବ ହୋଇ ପଡୁଛି। ଆବଶ୍ୟକ ରକ୍ଷଣା ବେକ୍ଷଣ ଅଭାବରୁ ଠାକୁର ସ୍ଥାପନ ହୋଇଥିବା ଗୃହର ଛାତ ତଳୁ ସିମେଣ୍ଟ ପ୍ଲାଷ୍ଟର ଛାଡ଼ି ଦୁର୍ବଳ ହୋଇ ପଡ଼ିଛି। ଏହି ପୀଠକୁ ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ରାମ ନବମୀ, ପ୍ରତି ସଂକ୍ରାନ୍ତି ଓ ଗିରି ଗୋବର୍ଦ୍ଧନ ପୂଜା ସମୟରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁମାନେ ଆସିଥିବା ବେଳେ ନୂଆ ବର୍ଷରେ ଶତାଧିକ ପର୍ଯ୍ୟଟକ ଦୂର ଦୂରାନ୍ତରୁ ଏଠାକୁ ବଣ ଭୋଜି କରିବାକୁ ଆସିଥାନ୍ତି। ଜିଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏହି ପୀଠଟି ରହି ଯାଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କ ଏହି ପୀଠ ସମ୍ପର୍କରେ ଜାଣିବା ସମ୍ଭବ ହେଉନାହିଁ। ଏହି ମଠରେ ରାମ, ଲକ୍ଷ୍ମଣ ଓ ମାତା ଜାନକୀଙ୍କ ବିଗ୍ରହ ପୂଜା ପାଉଛନ୍ତି।
ଗ୍ରାମଠାରୁ ପ୍ରାୟ ଏକ କିଲୋମିଟର ଦୂର ପାହାଡ଼ ଉପରେ ରଘୁନାଥ ଜୀଉଙ୍କ ବିଗ୍ରହ ଓ ନବ ନିର୍ମିତ ହନୁମାନ ଜୀଉଙ୍କ ମୂର୍ତ୍ତି ପୂଜା ପାଉଛନ୍ତି। ପାହାଡ଼ ଉପରକୁ ସୁଗମ ରାସ୍ତା ନ ଥିବାରୁ ସେଠାକୁ ଯିବା କଷ୍ଟକର ହୋଇପଡୁଛି। ଏହି ମଠରେ ଗତ ୧୪ରୁ ୧୫ ବର୍ଷ ପୂର୍ବେ ଦିଲ୍ଲୀରୁ ଜନୈକା ଜାହ୍ନବୀ ବାଇ ଓ ମହାମତ୍ା ଆଦେଶାନନ୍ଦ ୨ଜଣ ମହନ୍ତ ଏଠାରେ ରହି ପ୍ରଭୁଙ୍କ ସେବା କରୁଥିବା ବେଳେ ବିଭିନ୍ନ ଅଭାବ ଅସୁବିଧାରେ ଗତି କରୁଥିବା ଏହି ମଠର ପରିଚାଳନା କରିବା ଅସମ୍ଭବ ହୋଇ ପଡିବାରୁ ସମ୍ପୃକ୍ତ ମହନ୍ତମାନେ ୧୦ ବର୍ଷ ପୂର୍ବେ ପୀଠ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ମହୁଲପଡା ଗ୍ରାମର ଯୁଗଳ ନାୟକ ସମ୍ପ୍ରତି ଏ ପୀଠର ମହନ୍ତ ଭାବରେ କାର୍ଯ୍ୟ ପରିଚାଳନା କରୁଛନ୍ତି। ଏହି ପୀଠ ସମ୍ପର୍କରେ ବହୁ ବୟସ୍କଙ୍କଠାରୁ ଶୁଣିବାକୁ ମିଳେ ଏଠାରେ ଏକ ଗୁମ୍ଫା ରହିଥିଲା। ଯେଉଁଠାରେ ବହୁ ମୁନି ଋଷିମାନେ ବାସ କରୁଥିଲେ। ଗୁମ୍ଫା ମଧ୍ୟରେ ଏକ ଗହୋର ଥିବା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ବହୁ ବୟସ୍କ ବ୍ୟକ୍ତି ସୂଚନା ଦେଇଛନ୍ତି। ଏହି ମଠ ଦାୟିତ୍ୱରେ ଥିବା ମହନ୍ତ ନାୟକ କୁହନ୍ତି। ପ୍ରତି ସଂକ୍ରାନ୍ତି ମଧ୍ୟ ରାତ୍ରରେ ରଘୁନାଥଜୀଉଙ୍କ ଅନତି ଦୂର ପାହାଡ ପାଖରୁ ଖୋଳ, ତାଳ ତଥା ସଂକୀର୍ତ୍ତନ ହେଉଥିବା ଶବ୍ଦ ଶୁଣିବାକୁ ମିଳେ। ଏହି ପୀଠ ପାଇଁ ସରକାରଙ୍କ କୌଣସି ଅନୁଦାନ ମିଳୁ ନ ଥିବାରୁ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ମହୁଲପଡାବାସୀ ପ୍ରତି ମାସରେ ଠାକୁର ତଥା ମଠ ପରିଚାଳନା ପାଇଁ ମାତ୍ର ୧୪ କିଲୋ ଚାଉଳ ଓ ୪ ଶହ ଟଙ୍କା ଦେଉଛନ୍ତି। ମହନ୍ତ ନିୟମିତ ଗଁାକୁ ଗଁା ବୁଲି ଭିକ୍ଷା କରି ଯାହା ଆଣନ୍ତି ସେଥିରେ କଷ୍ଟେ ମଷ୍ଟେ ପୂଜା ନୀତି ସହ ପ୍ରସାଦ ସେବନର ବ୍ୟବସ୍ଥା ହୋଇ ଯାଇଥାଏ। ମାତ୍ର ତାହା ସବୁବେଳେ ସମ୍ଭବ ହୋଇ ନ ଥିବା ମହନ୍ତ ସୂଚନା ଦେଇଥିଲେ। ଗ୍ରାମବାସୀ ପାହାଡ ଉପର ମଠ ସାମନାରେ ଏକ ପୋଖରୀ ଖନନ କରିଥିବା ବେଳେ କେବଳ ବର୍ଷା ଦିନେ ପାଣି ମୁନ୍ଦେ ଦେଖିବାକୁ ମିଳିଥାଏ। ମାତ୍ର ଅନ୍ୟ ଋତୁରେ ସମ୍ପୂର୍ଣ୍ଣ ଶୁଖିଲା ପଡ଼ିଥିବା ପରିଲକ୍ଷିତ ହୋଇଥାଏ। ପୋଖରୀ ମଧ୍ୟରେ ଏକ କୂପ ଖନନ କରାଯାଇଥିବା ବେଳେ ସେ ପାଣି ପାନୀୟ ଉପଯୋଗୀ ନୁହେଁ। ତେଣୁ ଏଠାରେ ପାଣି ବିନା ନାନା ସମସ୍ୟା ଦେଖା ଦେଉଥିବାରୁ ଏଠାରେ ଏକ ଗଭୀର ନଳ କୂପ ଖନନରର ଆବଶ୍ୟକତା ରହିଛ। ମଠ ନିକଟରେ ଏକ ପ୍ରାକୃତିକ ଝରଣା ବହି ଯାଉଛି। ଗଠିତ ରଘୁନାଥ ଜୀଉ ଆଞ୍ଚଳିକ କମିଟିର ସଦସ୍ୟମାନଙ୍କଠାରୁ ପ୍ରକାଶ ଯେ, ଜିଲା ପ୍ରଶାସନ ଏହି ପୀଠ ପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। ଏ ପୀଠକୁ ଅନେକ ସମୟରେ ବିଭିନ୍ନ ରାଜ ନେତାମାନେ ଆସି ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଅନେକ କିଛି କରିବାର ପ୍ରତିଶ୍ରୁତି ଦେଇଥାନ୍ତି। ମାତ୍ର ସେମାନଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ୨୦୧୧-୧୨ରେ ପାହାଡ ଉପରେ ଥିବା ପୋଖରୀ ଖନନ ପାଇଁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ କାମ ଠିକ ଭାବରେ କରା ନ ଯାଇ ବିଲ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବାତରା ମଠ ପାଖକୁ ରହିଥିବା ବାତରା ଜଙ୍ଗଲକୁ ମହୁଲପଡା, ଦରଦା, କୁଆହରା, ଜଗନ୍ନାଥପ୍ରସାଦ, ହାତକଟା, ପାଟଚଣ୍ଡୀପ୍ରସାଦ, କୁମୁଟିସାହି, ମାଣିକାଗୋଡା, ଗୋବର୍ଦ୍ଧନପୁର ଆଦି ୮ଟି ଅଞ୍ଚଳର ଗ୍ରାମବାସୀ ଜଙ୍ଗଲ ସୁରକ୍ଷା କମିଟି କରି ପରିବେଶକୁ ସୁରକ୍ଷିତ ରଖିଛନ୍ତିି। ଏଠାରେ ବାର୍‌ହା, କୋଟରା, ମୟୂର, ଭାଲୁ ଆଦି ଜଙ୍ଗଲ ଜନ୍ତୁ ବାସ କରୁଥିବା ଜଣାପଡ଼ିଛି। ତେବେ ଏଭଳି ଏକ ସୁନ୍ଦର ସବୁଜିମା ପରିବେଶ ମଧ୍ୟରେ ଥିବା ଅବହେଳିତ ପଯର୍‌ୟଟନ କ୍ଷେତ୍ରର ଉନ୍ନତି ତଥା ବିକାଶ ଦିଗରେ ଜିଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri