ବାଙ୍କୀ,୧୭ା୪(ସ୍ବ.ପ୍ର.): ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱରସ୍ଥିତ ପ୍ରଭୁ ସିଂହନାଥ ଦେବଙ୍କ ପୀଠ ପରିସରରେ ଥିବା ବିଭିନ୍ନ ଗଛ ଯଥା ଦେବଦାରୁ, ଜାମୁ ଓ ଅନ୍ୟାନ୍ୟ ଗଛରେ ବହୁ ପରିମାଣରେ ବାଦୁଡି ଦୀର୍ଘଦିନ ହେବ ରହିଆସୁଛନ୍ତି । ଚଳିତ ବର୍ଷ ପ୍ରଚଣ୍ଡ ଖରା ଯୋଗୁ ଏହି ବାଦୁଡିମାନେ ପାଣି ଅଭାବରୁ ଗଛ ଡାଳ ମଧ୍ୟରେ ଡହକବିଳକରେ ରହି ମୃତ୍ୟୁମୁଖରେ ପଡ଼ୁଛନ୍ତି। ମହାନଦୀ ମଧ୍ୟରେ ଥିବା ଏହି ପୀଠ ଚାରିପାଖେ ଜଳ ଶୁଖିଲା ଯୋଗୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ତୁରନ୍ତ ବାଦୁଡ଼ିମାନଙ୍କୁ ପାନୀୟ ଜଳ ସିଞ୍ଚନ ମାଧ୍ୟମରେ ଯୋଗାଇ ଦିଆଗଲେ ସେମାନଙ୍କ ବଂଶ ରକ୍ଷା ହୋଇପାରିବ ବୋଲି ବାଙ୍କୀ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଓ ଅଧ୍ୟାପକ ଶ୍ୟାମଲାଲ ଭୋଏ ଜଙ୍ଗଲ ବିଭାଗକୁ ଅନୁରୋଧ କରିଛନ୍ତି।