Categories: ଖେଳ

୩୫ ବର୍ଷରେ ପାଦ ଥାପିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ଆଜି ଅର୍ଥାତ୍‌ ନଭେମ୍ବର ୫ରେ ହେଉଛି ଜନ୍ମଦିନ। ଆଜି ସେ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ ଦୁନିଆରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି। ବର୍ତ୍ତମାନ ବିଶ୍ବକପ୍‌ ଖେଳୁଥିବା ବିରାଟ ଫୁଲ୍‌ଫର୍ମରେ ଅଛନ୍ତି। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ବିରାଟଙ୍କ ସମ୍ପର୍କରେ ଆଉ କିଛି କଥା…

ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବରେ ୨୦୦୮ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଗତ ୧୫ ବର୍ଷ ମଧ୍ୟରେ ସେ ଅନେକ ସଫଳତା ହାସଲ କରିଛନ୍ତି। ପ୍ରଥମ ଦିନରୁ ଅର୍ଥାତ୍‌ ୨୦୦୮ରେ ସେ ଭାରତକୁ ୟୁ-୧୯ ବିଶ୍ୱକପ୍‌ ବିଜୟରେ ପହଞ୍ଚାଇଥିଲେ। ବିରାଟ ନିଜର ଅସାଧାରଣ ରନ୍‌ ସ୍କୋର କରିବାର କ୍ଷମତା ହାସଲ କରିବା ସହିତ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସୁଛନ୍ତି।

ବିରାଟ ୫୧୧୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ (ଓଡିଆଇ, ଟେଷ୍ଟ, ଏବଂ ଟି-୨୦)ରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ଏବଂ ୪ ନଭେମ୍ବର ୨୦୨୩ ସୁଦ୍ଧା ୨୬,୨୦୯ ରନ୍‌ ସ୍କୋର କରିଛନ୍ତି।

ନିକଟରେ ଶ୍ରୀଲଙ୍କା ବିପକ୍ଷ ଆଇସିସି ବିଶ୍ୱକପ୍‌ ମ୍ୟାଚ ବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲି ୮ ବର୍ଷ ପାଇଁ ଏକ କ୍ୟାଲେଣ୍ଡର ବର୍ଷରେ ୧୦୦୦-ପ୍ଲସ ରନ୍‌ ଶେଷ କରିଛନ୍ତି। ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିୟରରେ ୭ଥର ଏହି ସଫଳତା ହାସଲ କରିଛନ୍ତି।

Share