Categories: ଜାତୀୟ

ବୋଲରଙ୍କ ତଣ୍ଟି ଚିପି ହତ୍ୟା କଲେ ବ୍ୟାଟ୍ସମ୍ୟାନ୍‌

କାନପୁର, ୨୧ା୬: ଉତ୍ତରପ୍ରଦେଶର କାନପୁର ଜିଲା ଘାଟମପୁର ଅଞ୍ଚଳ ରାହତି ଡେରା ଗ୍ରାମ ଖେଳପଡ଼ିଆରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ମ୍ୟାଚ୍‌ରେ ଜଣେ ୧୪ ବର୍ଷୀୟ ବୋଲରଙ୍କ ଦ୍ୱାରା ଜଣେ ୧୭ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ଆଉଟ ହୋଇଯାଇଥିଲେ। ଏଥିରେ ବ୍ୟାଟ୍ସମ୍ୟାନ୍‌ ଜଣକ ଉତ୍‌କ୍ଷିପ୍ତ ହୋଇ ବୋଲରଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହେଲେ ଅଭିଯୁକ୍ତ ଏବଂ ତାଙ୍କୁ ସହଯୋଗ କରିଥିବା ଜଣେ ଭାଇ ଫେରାର ହୋଇଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଜଣକ କ୍ଲିନ୍‌ ବୋଲ୍ଡ ହୋଇଥିଲେ ମଧ୍ୟ ପିଚ୍‌ ଛାଡ଼ି ନ ଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତ ତାଙ୍କ ଭାଇକୁ ଡାକିଆଣିବା ପରେ ଉଭୟ ମିଶି ବୋଲରଙ୍କୁ ନିର୍ଘାତ ପିଟିଥିଲେ। ଏହା ପରେ ସେମାନେ ବୋଲରଙ୍କୁ ତଳେ ପକାଇ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ପୋଲିସ କହିଛି। ଏନେଇ ଗାଁ ଶୋକାକୁଳ ପରିବେଶରେ ସୃଷ୍ଟି ହୋଇଛି।

Share