ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ୍‌

କେନ୍ଦ୍ରାପଡା ଅଫିସ, ୨୨।୩: ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରି ଚାଳିତ ବୋଟ୍‌ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ବୋଟ୍ରେ ଇଞ୍ଜିନ ଓ ବ୍ୟାଟେରି ସଂଯୋଗ କରାଯାଇ ଏହାକୁ ପର୍ଯ୍ୟଟକଙ୍କ ଲାଗି ଉତ୍ସର୍ଗ କରାଯାଇଛି । ଏହାର ନାଁ ‘ଭାନିକ’ ରଖାଯାଇଛି । ଏହି ବୋଟରେ ୮ଜଣ ବସି ପାରିବେ । ଏହାର ଲମ୍ବ ସାଢେ ୫ ମିଟର। ଏହା ଉଭୟ ବିଦ୍ୟୁତ୍‌ ଏବଂ ସୌରଶକ୍ତିରୁ ଚାର୍ଜ ହୋଇପାରିବ। ପ୍ରତି ଘଣ୍ଟାକୁ ୧୦ରୁ ୧୮ କିମି ବେଗରେ ଏହା ଚାଲି ପାରିବ । ଜଳଚର ଜୀବଙ୍କ ବିଚରଣରେ ଏହି ବୋଟ ବାଧକ ସାଜିବ ନାହିଁ ବୋଲି ରାଜନଗର ଡିଏଫଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି।

Share