Categories: ଖେଳ

ଏହି କାରଣରୁ ଅନେକ ରାତି ଶୋଇପାରି ନ ଥିଲେ ମାଷ୍ଟରବ୍ଲାଷ୍ଟର: ଏବେ କଲେ ଖୁଲାସା

କ୍ରିକେଟର୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକ ଅବସର ନେଇସାରିଥିଲେ ମଧ୍ୟ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ୨୪ ବର୍ଷର କ୍ରିକେଟ୍‌ କ୍ୟାରିୟରର ପ୍ରାରମ୍ଭିକ ଦିନରେ ଚାପରେ ବିତାଇଥିଲେ ବୋଲି ସଚିନ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି। ସଚିନ ତେନ୍ଦୁଲକର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ସମୟ ସହିତ ମୁଁ ଅନୁଭବ କଲି ଯେ ଖେଳ ପାଇଁ ଶାରୀରିକ ଭାବରେ ପ୍ରସ୍ତୁତ ହେବା ବ୍ୟତୀତ ଆପଣଙ୍କୁ ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ ହେବାକୁ ପଡିବ। ମୁଁ କ୍ୟାରିୟରର ୧୦-୧୨ ବର୍ଷ ଧରି ଚାପଗ୍ରସ୍ତ ଅନୁଭବ କରୁଥିଲି। ଏପରିକି ଅନେକ ରାତି ମୁଁ ଶୋଇପାରି ନ ଥିଲି। ମ୍ୟାଚ ପୂର୍ବରୁ ଏହା ଅନେକ ଥର ଘଟିଥିଲା, ଯେତେବେଳେ ମୁଁ ରାତିରେ ଶୋଇପାରୁ ନ ଥିଲି। ଚାପରୁ ଦୂରେଇ ରହିବା ପାଇଁ ବ୍ୟାଟିଂ ଅଭ୍ୟାସ, ଟେଲିଭିଜନ ଦେଖିବା ଏବଂ ଭିଡିଓ ଗେମ ଖେଳିବା ସହିତ ସକାଳର ଚା ’ ମଧ୍ୟ ପ୍ରସ୍ତୁତ କରୁଥିଲି। ଏହାପରେ ସବୁକିଛି ସ୍ବାଭାବିକ୍‌ ହୋଇଥିଲା ବୋଲି ସେ କହିଛନ୍ତି।

Share