ବଉଳଗାଁ, ସୁନ୍ଦରପୁର ୭ ଦିନ ଶଟ୍‌ଡାଉନ୍‌

ଛତ୍ରପୁର,୧୨ା୭(ଡି.ଏନ୍‌.ଏ.): କରୋନା ପଜିଟିଭ୍‌ ଚି଼ହ୍ନଟ ପରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବଉଳଗାଁ ଓ ସୁନ୍ଦରପୁର ଗାଁକୁ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସୁନ୍ଦରପୁର ଗାଁରେ ୨ଜଣ ପଜିଟିଭ୍‌ ଚି଼ହ୍ନଟ ଫଳରେ ଜିଲାପାଳ କ୍ଷମତା ପ୍ରୟୋଗ କରି ସରପଞ୍ଚ ସସ୍ମିତା ମହାକୁଡ଼ ଶନିବାର ଉକ୍ତ ଗାଁକୁ ୭ଦିନ ଶଟ୍‌ଡାଉନ ଘୋଷଣା କରିଛନ୍ତି। ସେହିପରି ଜଣେ ପଜିଟିଭ୍‌ ଚି଼ହ୍ନଟ ପରେ ରବିବାର ବଉଳଗାଁକୁ ସ୍ଥାନୀୟ ସରପଞ୍ଚ ସରୋଜିନି ମହାରଣା ମଧ୍ୟ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଓ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରିଛନ୍ତି। କୌଣସି ଲୋକ ବାହାରକୁ ଯିବା ଓ ବାହାରୁ କୋଣସି ଲୋକ ଗ୍ରାମକୁ ଆସିବାକୁ ବାରଣ କରାଯାଇଛି। ପ୍ରତ୍ୟେକ ଲୋକ ଘରେ ରହିବେ। ପୋଖରୀ ରେ ମଧ୍ୟ ଗାଧୋଇବା ବାରଣ ରହିଛି। ଏହି ନିୟମକୁ କୌଣସି ବ୍ୟକ୍ତି ଅମାନ୍ୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

Share