ଏଫିଲ ଟାଓ୍ବାରରେ ଜାହ୍ନବୀ-ବରୁଣଙ୍କ ‘ବବାଲ’

ମୁମ୍ବାଇ: ଜାହ୍ନବୀ କପୁର ଓ ବରୁଣ ଧଓ୍ବନଙ୍କ ମୁଭି ‘ବବାଲ’ର ପ୍ରିମିୟର ପ୍ୟାରିସର ଏଫିଲ ଟାଓ୍ବାରରେ ଧମାଲ କରିବାକୁ ପ୍ରସ୍ତୁତ ହୋଇ ଗଲାଣି। ଫିଲ୍ମର ନିର୍ମାତା ଏହି ମୁଭିର ପ୍ରିମିୟର ବିଶ୍ୱର ସପ୍ତାଶ୍ଚର୍ଯ୍ୟରେ ସାମିଲ ପ୍ୟାରିସର ଏଫିଲ ଟାଓ୍ବାରରେ ଦେଖାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହି ମୁଭିକୁ ସାରା ବିଶ୍ୱରେ ପରିଚୟ ମିଳିପାରିବ ବୋଲି ଆଶା କରାଯାଉଛି।
ଦଙ୍ଗଲ ଭଳି ସଫଳ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିଓ୍ବାରୀ ପୁଣିଥରେ ଦର୍ଶକଙ୍କ ହୃଦୟ ଜିତିବାକୁ ତାଙ୍କ ପରବର୍ତ୍ତି ମୁଭି ‘ବବାଲ’ ନେଇ ଆସିଛନ୍ତି। ଏହି ଫିଲ୍ମର ପ୍ରିମିୟର ଏଫିଲ ଟାଓ୍ବାରରେ କରାଯିବ। ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବ।

‘ବବାଲ‘ ମୁଭି ଏଫିଲ ଟାଓ୍ବାରରେ ପ୍ରିମିୟର ହେବା ସହ ଏହା ଭାରତୀୟ ସିନେମାରେ ଇତିହାସ ସୃଷ୍ଟି କରିବ। ପ୍ରଥମ ଭାରତୀୟ ମୁଭି ଭାବେ ‘ବବାଲ’ ଏଫିଲ ଟାଓ୍ବାରରେ ପ୍ରିମିୟର ହେବ। ଯାହାର ପ୍ରିମିୟର ବିଶ୍ୱର ଆଇକନିକ ସ୍ଥାନରେ ହେବାକୁ ଯାଉଛି। ଫିଲ୍ମର ପ୍ରିମିୟର ବିଶ୍ୱର ଆଇକନିକ ସ୍ଥାନରେ ସାମିଲ ଏଫିଲ ଟାଓ୍ବାର ସହ ୨୦୦ ଦେଶରେ ଏକାଥରେ ରିଲିଜ କରାଯିବ।
‘ବବାଲ’ର ରିଲିଜ ପାଇଁ ଓଟିଟି ପ୍ଲାଟଫର୍ମ ‘ଅମେଜନ ପ୍ରାଇମ’କୁ ବଛାଯାଇଛି। ଫିଲ୍ମର ନିର୍ମାତା ସାଜିଦ ନାଡିଓ୍ବାଡଓ୍ବାଲା ଏହାର ରିଲିଜ ଓଟିଟି ପ୍ଲାଟଫର୍ମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସେ ଫିଲ୍ମର କାଷ୍ଟ ଓ ନିର୍ଦ୍ଦେଶକଙ୍କ ସହମତିରେ ନେଇଛନ୍ତି।
ଏହି ମୁଭିରେ ପ୍ରଥମଥର ପାଇଁ ଜାହ୍ନବୀ କପୁର ଓ ବରୁଣ ଓଧ୍ୱନଙ୍କ ଯୋଡିକୁ ଦେଖିବାକୁ ମିଳିବ। ପ୍ରଥମେ ଏହି ମୁଭିର ରିଲିଜ ଡେଟ ୭ ଏପ୍ରିଲ ୨୦୨୩ ରଖାଯାଇଥିଲା। ହେଲେ ପରେ ଏହାକୁ ବଢାଇ ଦିଆଯାଇଥିଲା। ଆଶା କରାଯାଉଛି ଏବେ ଏହାର ରିଲିଜ ଜୁଲାଇରେ ଓଟିଟି ପ୍ଲାଟଫର୍ମରେ ହେବ।

 

Share