ରିଲିଜ ହେଲା ‘ବବାଲ’ର ଟ୍ରେଲର

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଜାହ୍ନବୀ କପୁର ଓ ନାୟକ ବରୁଣ ଧଓ୍ବନଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ବବାଲ’ର ଟ୍ରେଲର ଶେଷରେ ରିଲିଜ ହୋଇଛି। ଏଥିରେ ବରୁଣ ଓ ଜାହ୍ନବୀଙ୍କ ବେହତରିନ କେମେଷ୍ଟ୍ରି ଦେଖିବାକୁ ମିଳିଛି ଦର୍ଶକଙ୍କୁ। ଏହି ଫିଲ୍ମରେ ଉଭୟ ପତି-ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଟ୍ରେଲର ଏତେ ଚମତ୍କାର ଯେ ପ୍ରଶଂସକମାନେ ଏହାକୁ ଦେଖିବା ପାଇଁ ଆହୁରି ଉତ୍ସାହିତ ହେଉଛନ୍ତି।

ଫିଲ୍ମର ଟ୍ରେଲରକୁ ତାରନ ଆଦର୍ଶ ତାଙ୍କ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଟ୍ରେଲରଟି ଅଜୁ ଭୈୟା ଅର୍ଥାତ୍‌ ବରୁଣ ଧଓ୍ବନଙ୍କଠାରୁ ଆରମ୍ଭ ହୋଇଛି । ଯିଏ କି ଏକ ବିଦ୍ୟାଳୟରେ ଇତିହାସ ଶିକ୍ଷକ। ଏହି ସମୟରେ ସେ ନିଶା ଅର୍ଥାତ୍‌ ଜାହ୍ନବୀ କପୁରଙ୍କୁ ଭେଟିଥିଲେ। ପ୍ରଥମେ ସେମାନଙ୍କର ବନ୍ଧୁତା ଆରମ୍ଭ ହୁଏ ଏବଂ ପରେ ସେମାନେ ବିବାହ କରନ୍ତି । ଉଭୟଙ୍କ କାହାଣୀରେ ମୋଡ଼ ଆସେ ଯେତେବେଳେ ସେମାନେ ବିବାହ ପରେ ୟୁରୋପରେ ପହଞ୍ଚନ୍ତି । ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ପୁରା ଫିଲ୍ମରେ ପ୍ୟାର, ନୋକଝୋକ ଓ ମଣିଷ ଭିତରେ ଥିବା ଓ୍ବାରକୁ ଦେଖିବାକୁ ମିଳିବ।
ସୂଚନାଯୋଗ୍ୟ, ଏହି ମୁଭିରେ ପ୍ରଥମ ଥର ଲାଗି ବରୁଣ ଓ ଜାହ୍ନବୀ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ଫିଲ୍ମର ଲଞ୍ଚ ଇଭେଣ୍ଟରେ ବରୁଣ କହିଥିଲେ କି ଏହାର କ୍ୟାରେକ୍ଟର ତାଙ୍କ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ଥିଲା। ଯାହାର ବାହାର ଓ ଭିତର ଉଭୟ ବବାଲ ଥିଲା।

Share