Categories: ଜାତୀୟ

ଉଦ୍ଧବଙ୍କୁ ଭାଜପା ନେତାଙ୍କ ଧମକ, ଯଦି ପୁଣି ଫଡନ୍‌ଭିସ-ଶାହାଙ୍କୁ ଅପମାନିତ କରାଯାଏ, ତେବେ…

ମୁମ୍ବାଇ,୧୧।୭: ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ମିଳିଲା ଧମକ। ଭାଜପା ନେତା ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି, ଯଦି ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅପମାନ କରିବା ଜାରି ରଖନ୍ତି, ତେବେ ଏହା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ। ସେ କହିଛନ୍ତି ଯେ, ଆମେ ଇଟାର ଜବାବ ପଥରରେ ଦେବୁ। ଭବିଷ୍ୟତରେ ଯଦି କିଛି ଘଟେ ତେବେ ଭାଜପା ଏଥିପାଇଁ ଦାୟୀ ରହିବ ନାହିଁ।

ବାୱନକୁଲେ କହିଛନ୍ତି, ଉଦ୍ଧବ ଠାକରେଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡିଯାଇଛି। ତାଙ୍କର ଚିକିତ୍ସା କରିବା ଆବଶ୍ୟକ। ସୋମବାର ଉଦ୍ଧବଙ୍କ ଫଡନ୍‌ଭିସଙ୍କୁ ନେଇ କହିଥିବା ଶଦ୍ଦକୁ ନେଇ ଭାଜପା ନେତା ଆକ୍ରମଣ କରିଥିଲେ। ସେ ଶିବସେନା (ଉଦ୍ଧବ-ବାଲାସାହେବ) ଅଧ୍ୟକ୍ଷଙ୍କୁ କଳଙ୍କିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ପୁନର୍ବାର ଫଡନ୍‌ଭିସଙ୍କ ଅପମାନିତ କରିବା ପାଇଁ ଠାକରେଙ୍କୁ ଚ୍ୟାଲେଞ୍ଜ କରି ରାଜ୍ୟ ଭାଜପା ଅଧ୍ୟକ୍ଷ କହିଛନ୍ତି ଯେ ସେ ଯେଉଁଆଡେ ଯିବେ ତାଙ୍କୁ ବିରୋଧ କରାଯିବ।

 

Share