Posted inଜାତୀୟ

ବଳ ଗୋଟାଉଛି ବାତ୍ୟା: ରେଡ୍‌ ଆାଲର୍ଟ ଜାରି, ଏହିସବୁ ଜିଲାରେ ଭୀଷଣ ବର୍ଷା

ନୂଆଦିଲ୍ଲୀ,୨୮।୧୧:ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳ ମୁହାଁ ଗଭୀର ଅବପାତ। ଆଜି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାରେ ପରିଣତ ହେବା ପରେ ସାଇକ୍ଲୋନ ଫେଙ୍ଗଲ ଆସନ୍ତା ୩୦ ତାରିଖ ସକାଳୁ କାକାଇକାଲ ଓ ମହାବଳୀପୁରମ ମଝିରେ ଉପକୂଳ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ପ୍ରବଳ ବର୍ଷା ହେବା ସହ ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ରେଡ ଆଲର୍ଟ ଜାରି କରାଯାଇଛି। ସତର୍କତା ଦୃଷ୍ଟିରୁ ଆଜି ପୁଡୁଚେରୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି।

ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବ ଯୋଗୁ ଦକ୍ଷିଣ ଭାରତ ସେମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ତାମିଲନାଡୁର ସମୁଦ୍ର କୂଳରେ ବି ଲହର ଉଠୁଛି। ତାମିଲନାଡୁର କୁଡାଲୋର, କରାଇକାଲ, ଆଥିରାମପାଟ୍ଟିନମ, ପାରଙ୍ଗିପେଟ୍ଟାଇ, ମୀନାମ୍ବକମ ସମେତ ତାମିଲନାଡୁର ଅନେକ ଜିଲାରେ ପ୍ରବଳ ବର୍ଷା ହୋଇଛି।

ବାତ୍ୟା ପ୍ରଭାବରେ ରାଜ୍ୟରେ ପାଗ ବଦଳିବ । ୨୮ରୁ ରାଜ୍ୟରେ କୋହଲା ପାଗ ରହିବ । ୨୮ ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଜପତି, ଗଞ୍ଜାମରେ ହାଲୁକା ବର୍ଷା ହେବ । ୨୯ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷା ହେବ । ଉପକୂଳ ସଂଲଗ୍ନ ଜିଲାରେ କୋହଲା ପାଗ ଦେଖିବାକୁ ମିଳିବ । ଏଥିସହ ଦିନର ତାପମାତ୍ରାରେ ହ୍ରାସ ଘଟିବ ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ: ଛତିଶଗଡ଼ ହାଇକୋର୍ଟ

ବିଳାସପୁର,୩୧।୩: ଜଣେ ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ କାରଣ ଏହା ସମ୍ବିଧାନର ଧାରା ୨୧ କୁ ଉଲ୍ଲଂଘନ କରେ, ଯାହା ଜୀବନ...

RSS ସହ ମୋଦିଙ୍କର ନାହିଁ ଭଲ ସମ୍ପର୍କ? ସଂଘର ଏହି ନେତା କହିଲେ…

ନାଗପୁର,୩୧।୩: ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରବିବାର (୩୦ ମାର୍ଚ୍ଚ) ନରେନ୍ଦ୍ର ମୋଦି ନାଗପୁରରେ ରାଷ୍ଟ୍ରୀୟ...

ଔରଙ୍ଗଜେବଙ୍କ ସମାଧି ବିବାଦ ଉପରେ ରାଜ ଠାକରେ ବୟାନ: ହ୍ୱାଟ୍ସଆପ୍‌ରେ ଇତିହାସ ପଢ଼ନ୍ତୁ ନାହିଁ

ନୂଆଦିଲ୍ଲୀ,୩୧।୩: ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେ ରବିବାର ଔରଙ୍ଗଜେବଙ୍କ ସମାଧି ଉପରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସକୁ ନିନ୍ଦା କରିଛନ୍ତି।...

UPI New Rule: ମୋବାଇଲ ନମ୍ବର ବନ୍ଦ ଥିଲେ ମିଳିବ ନାହିଁ UPI ସେବା, ବଦଳୁଛି ନିୟମ

ନୂଆଦିଲ୍ଲୀ,୩୧।୩: UPI କାରବାରର ସୁରକ୍ଷା ଏବଂ ପ୍ରଭାବକୁ ବୃଦ୍ଧି କରିବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ନୂତନ ନିୟମ ଜାରି କରିଛି।...

‘ଗୋଟିଏ ପୃଥିବୀ, ଗୋଟିଏ ସ୍ବାସ୍ଥ୍ୟ ପାଇଁ ଯୋଗ’, ଯୋଗ ୨୦୨୫ର ଥିମ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଘୋଷଣା କରିଛନ୍ତି ଯେ ଏହି ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ...

କିଏ ସେହି ନିଧି ତିଓ୍ବାରୀ, ଯିଏ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଇଭେଟ ସେକ୍ରେଟାରୀ

ନୂଆଦିଲ୍ଲୀ,୩୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ (ପିଏସ) ଭାବରେ ଆଇଏଫଏସ ନିଧି ତିୱାରୀଙ୍କୁ ମନୋନୀତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ (DoPT) ଦ୍ୱାରା...

Eid Ul Fitr 2025: ଇଦ ଉପଲକ୍ଷେ ମୁସଲମାନ ଭାଇଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଲେ ମୋଦି

ନୂଆଦିଲ୍ଲୀ,୩୧।୩: ଇଦ-ଉଲ-ଫିତରକୁ ଇସଲାମର ସବୁଠାରୁ ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ, ଯାହା ପବିତ୍ର ରମଜାନ ମାସ ପରେ ପାଳନ କରାଯାଏ। ଏହି...

ଅଫିସରଙ୍କୁ ଗୋଟିଏ ସ୍ଥାନରେ ଅଧିକ ଦିନ ରଖିବା ଦୁର୍ନୀତି ବଢ଼ାଇଥାଏ: ସଂସଦୀୟ କମିଟି

ବ୍ୟାଙ୍କକ୍‌,୩୦ା୩: ଅଫିସରମାନଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘଦିନ ରଖିବା ଦ୍ୱାରା ଦୁର୍ନୀତି ବଢ଼ିଥାଏ। ସେମାନେ ଯେପରି କୌଣସି ମନ୍ତ୍ରଣାଳୟରେ ନିର୍ଦ୍ଧାରିତ ସମୟସୀମାଠାରୁ ଅଧିକ ଦିନ ନ ରହିବେ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image