ବୟନିକାର ନାଇଟ୍‌ ବଜାର ଉଦ୍‌ଘାଟିତ

ଭୁବନେଶ୍ୱର,୯।୧: ରାଜ୍ୟର ପ୍ରମୁଖ ହସ୍ତତନ୍ତ୍ର ସଙ୍ଗଠନ ତଥା ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍‌ ବା ବୟନିକାର ବହୁ ପ୍ରତୀକ୍ଷିତ ‘ବୟନିକା ନାଇଟ୍‌ ବଜାର’ ବୁଧବାର ଭୁବନେଶ୍ୱରର ଖାରବେଳନଗରସ୍ଥିତ ବୟନିକା ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗର ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ସ୍ବତନ୍ତ୍ର ଶାସନ ସଚିବ ମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ଏବଂ ପରିଚାଳନା ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ସୁଷମା ବାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ବା ପିବିଡି-୨୦୨୫ର ଆୟୋଜନ କରାଯାଇଛି। ଏହି ସମୟରେ ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବୟନିକା ପକ୍ଷରୁ ଏହି ସ୍ବଚନ୍ତ୍ର ନାଇଟ୍‌ ବଜାରର ଶୁଭାରମ୍ଭ କରାଯାଇଛି। ସେହିଭଳି ଭୁବନେଶ୍ୱର ବୟନିକାର ତିନୋଟି ଶାଖାରେ ସ୍ବତନ୍ତ୍ର ରିହାତି ବିକ୍ରୟ ସୁବିଧା ସୀମିତ ସମୟ ପାଇଁ ଉପଲବ୍ଧ ରହିଛି। ଏହି ବଜାର ୨୦୨୫ ଜାନୁଆରୀ ୧୨ ପର୍ଯ୍ୟନ୍ତ ଚାଲିବ। ସେହିପରି ସବୁ ବର୍ଗର ଗ୍ରାହକଙ୍କୁ ପିବିଡି ପାଇଁ ସ୍ବତନ୍ତ୍ର ରିହାତି ଦିଆଯାଉଛି। ଏପରିକି ଭୁବନେଶ୍ୱରର ସମସ୍ତ ଶାଖାରେ ୨୦% + ୧୦% + ୫% ରିହାତି ଅନ୍ତର୍ଭୁକ୍ତ ରହିଛି। ଏହି ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ ଅତିରିକ୍ତ ୫% ରିହାତି ବୟନିକାର ସ୍ବତନ୍ତ୍ର ନାଇଟ୍‌ ବଜାରରେ ଉପଲବ୍ଧ ରହିଛି। ଏହି ବଜାର ପ୍ରତିଦିନ ରାତି୧୧ଟାରୁ ପରଦିନ ସକାଳ ୭ଟା ଯାଏ ସୀମିତ ଅବଧି ପର୍ଯ୍ୟନ୍ତ ଖୋଲା ଅଛି। ଏଥିରେ ପର୍ଯ୍ୟଟକ ଓ ଆଗନ୍ତୁକମାନଙ୍କୁ ରାତ୍ରି ସମୟରେ ମଧ୍ୟ ଓଡ଼ିଶା ହସ୍ତତନ୍ତ ସୃଷ୍ଟିର ଅନ୍ବେଷଣ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଅପରପକ୍ଷରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଅନୁଭବ କରିବାକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀ ଭାରତୀୟ ତଥା ପ୍ରତିନିଧି ଓ ପରିଦର୍ଶକମାନଙ୍କୁ ବୟନିକା ଏହି ବଜାର ଜରିଆରେ ସ୍ବାଗତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ ….

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ...

ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image