ଲଣ୍ଡନ/ନୂଆଦିଲ୍ଲୀ,୨୦ ।୧: ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରିର ବିବାଦ ଏବେ ବ୍ରିଟିଶ ସଂସଦରେ ପହଞ୍ଚିଯାଇଛି । ପକିସ୍ତାନର ମୂଳ ବାସିନ୍ଦା ସାଂସଦ ଇମରାନ ହୁସେନ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିଲେ, ଆଉ ଏହା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ସମକକ୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଥିଲେ । ସୁନକ କହିଥିଲେ କି ସେ ତାଙ୍କ ଭାରତୀୟ ସମକକ୍ଷଙ୍କ ଚରିତ୍ର ଚିତ୍ରଣ ସହ ସହମତ ନୁହେଁ ।
ଡକ୍ୟୁମେଣ୍ଟାରିକୁ ନେଇ ହୁସେନଙ୍କ ପ୍ରଶ୍ନର କଡା ଜବାବ ଦେଇଥିଲେ ସୁନକ । ସେ କହିଥିଲେ ଏହା ଉପରେ ୟୁକେ ସରକାରଙ୍କ ସ୍ଥିତି ସ୍ପଷ୍ଟ ଓ ଦୀର୍ଘ ସମୟରୁ ଚାଲିଆସିଥିବାରୁ ଏହା ବଦଳି ନାହିଁ । ସୁନକ ଆହୁରି ମଧ୍ୟ କହିଥିଲେ, ‘ନିଶ୍ଚିତ ଭାବେ ଆମେ ଉତ୍ପିଡନକୁ ବରଦାସ୍ତ କରିବୁ ନାହିଁ, ଏହା ଯେଉଁଠିବି ହେଉନା କାହିଁକି, ହେଲେ ମୁଁ ସେହି ଚରିତ୍ର ସହ ଆଦୌ ସହମତ ନୁହେଁ ଯାହା ନରେନ୍ଦ୍ର ମୋଦିଙ୍କୁ ନେଇ ସାମ୍ନାରେ ରଖାଯାଇଛି ।