Categories: ଜାତୀୟ

ବିବିସି ଆକାଉଣ୍ଟ ଡିପାର୍ଟମେଣ୍ଟର ଯାଞ୍ଚ ଜାରି: ଦ୍ୱିତୀୟ ଶିଫ୍ଟର କର୍ମଚାରୀଙ୍କୁ ଅଫିସ୍‌ ଆସିବାକୁ ମନା

ନୂଆଦିଲ୍ଲୀ,୧୪।୨: ଗଣମାଧ୍ୟମ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଂ ସର୍ଭିସ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଆଇଟିର ୧୨ରୁ ୧୫ଜଣିଆ ଏକ ଟିମ୍‌ ବିବିସିର ଦିଲ୍ଲୀ କାର୍ଯ୍ୟାଳୟରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଛନ୍ତି। ଏକାଧିକ ସ୍ଥାନରେ ଏହି ଚଢ଼ାଉ କରାଯାଉଥିବା ବେଳେ କେଉଁ କେଉଁ ସ୍ଥାନରେ ହେଉଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟର ଗୋଟିଏ ସ୍ଥାନରେ ଏକାଠି ରଖାଯାଇ ସେମାନଙ୍କ ଫୋନ୍‌ ଏବଂ ଲାପ୍‌ଟପ୍‌ ଜବତ କରାଯାଇଛି। ଏଥିସହ ଏନେଇ ସମସ୍ତ ସୂଚନା ଲଣ୍ଡନ ସ୍ଥିତ ବିବିସି କାର୍ଯ୍ୟାଳୟକୁ ଦିଆଯାଇଥିବା ସୂଚନା ରହିଛି। ତେବେ ଆଇଟିର କେତେକ ଅଧିକାରୀ ପଞ୍ଚମ ମହଲାରେ ମଧ୍ୟ ରହିଥିବା ସମ୍ପାଦକୀୟ ବିଭାଗରେ ଥିବା ସୂତ୍ରରୁ ଜଣାପଡ଼ିଛି। ସେହିପରି ଅପରାହ୍ନ ଶିଫ୍ଟର କର୍ମଚାରୀଙ୍କୁ ଅଫିସ୍‌ ଆସିବାକୁ ମନା କରାଯାଇଛି।

 

Share