ଡରାଇଲାଣି କରୋନା: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୧୫ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..

ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଣି ୨୧୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୦ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୬୫ ଲୋକାଲ କେସ୍‌ ରହିଛନ୍ତି। ସେହିଭଳି ୧୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୬୫ରେ ପହଞ୍ଚିଛି। ଏଥିରୁ ୧୧୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୦୯ ଆକ୍ଟିଭ୍‌ କେସ୍‌ ରହିଛି। ୧୩ଜଣଙ୍କ ମୃତ୍ୟୁ ଘଟିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share