Categories: ଜାତୀୟ

ମନୋରଞ୍ଜନ ଚ୍ୟାନେଲକୁ ବିସିସିସିର ପରାମର୍ଶ: ଏସସି-ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କର…

ନୂଆଦିଲ୍ଲୀ,୧୭।୧୦ : ବ୍ରୋଡକାଷ୍ଟିଂ କଣ୍ଟେଟ କମ୍ପ୍ଲେଣ୍ଟ କାଉନସିଲ(ବିସିସିସି) ପକ୍ଷରୁ ମଙ୍ଗଳମାର ମନୋରଞ୍ଜନ ଚ୍ୟାନେଲଗୁଡିକୁ ପରାମର୍ଣ ଦିଆଯାଇଛି। ଏହା ଅନ୍ତର୍ଗତ ଏସସି ଏବଂ ଏସଟି ସମ୍ପ୍ରଦାୟଙ୍କ ଚିତ୍ରଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଯେଭଳି ସମ୍ପୃକ୍ତ ସମ୍ପ୍ରଦାୟର ଭାବନାକୁ କୌଣସି ଆଘାତ ନ ପହଞ୍ଚେ ସେଥି ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି।

କୌଣସି କାହାଣୀର ଚିତ୍ରଣ ସମୟରେ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି। ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଯେଭଳି କୌଣସି ବିବାଦୀୟ ସ୍ଥିତି ନ ଉପୁଜିବ।

ଏହା ସହିତ କୌଣସି ବେଆଇନ ତଥ୍ୟ ପର୍ଯ୍ୟବେସିତ ଅବା ଅଳଙ୍କରଣ କରା ନ ଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଦୃଶ୍ୟାଙ୍କନ ସମୟରେ ଅତ୍ୟଧିକ ସାବଧାନତା ଅବଲମ୍ବନ ଜରୁରୀ। ଅପମାନ ଜନକ ଅବା ଉପହାସ ଶବ୍ଦ ସ୍କ୍ରିଫ୍ଟରୁ ହଟାଇବା ନେଇ ପରାମର୍ଶ ଜାରି ହୋଇଛି।

Share