ମୁମ୍ବାଇ, ୧୦।୮: ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ର ମୁଖ୍ୟ ପଦବୀ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ଏହି ପଦରେ ରହି ଗତଦୁଇ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ଯଦି ଡ୍ରାଭିଡ୍ ଚାହାନ୍ତି, ତେବେ ସେ ପୁଣି ଥରେ ଆବେଦନ କରିପାରିବେ ବୋଲି କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ।
ବିସିସିଆଇ ପକ୍ଷରୁ ଏହାର ଓ୍ବେବସାଇଟ୍ରେ ମଙ୍ଗଳବାର ଏନ୍ସିଏର ମୁଖ୍ୟ ପଦବୀ ଲାଗି ବିଜ୍ଞାପନ ପୋଷ୍ଟ କରାଯାଇଛି। କିନ୍ତୁ ବୋର୍ଡର ଏଭଳି ପଦକ୍ଷେପ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଡ୍ରାଭିଡ୍ଙ୍କ ଭବିଷ୍ୟତ ଉପରେ। ତାଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଶ୍ରୀଲଙ୍କାରେ ଭଲ ପ୍ରଦର୍ଶନ କରିଥିଲା।