Categories: ଖେଳ

ଧୋନୀଙ୍କ ଲାଗି ବିସିସିଆଇକୁ ଭାଙ୍ଗିବାକୁ ପଡ଼ିଥିଲା ଏହି ନିୟମ

ନୂଆଦିଲ୍ଲୀ,୭।୭: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶୁକ୍ରବାର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ କ୍ରିକେଟ ଇତିହାସର ସଫଳତମ ଅଧିନାୟକଙ୍କ ମଧ୍ୟରୁ ଧୋନୀ ଜଣେ। ତାଙ୍କ ନେତୃତ୍ୱରେ ଭାରତ ୩ ଆଇସିସି ଟ୍ରଫି ଜିତିଥିଲା। ସେ ନିଜର ଚମତ୍କାର ବ୍ୟାଟିଂ ସହ ଅଧିନାୟକତ୍ୱକୁ ନେଇ ସାରା ବିଶ୍ୱର କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି।

୨୧ ବର୍ଷ ବୟସରେ ଧୋନୀଙ୍କୁ ବିସିସିଆଇର ଟିଆର୍‌ଡିଡବ୍ଲୁ ଯୋଜନାରେ ସାମିଲ କରାଯାଇଥିଲା। ହେଲେ ପୂର୍ବରୁ ଏଥିଲାଗି ୧୯ ବର୍ଷର ବୟସସୀମା ନିର୍ଦ୍ଧାରିତ କରାଯାଇଥିଲା। ଧୋନୀଙ୍କ ଲାଗି ଏହି ନିୟମ ପରିବର୍ତ୍ତନ ହୋଇଥିଲା। ତେବେ ଏହା ପଛରେ ଏକ ରୋଚକ କାହାଣୀ ରହିଛି।

ପଶ୍ଚିମବଙ୍ଗର ପୂର୍ବତନ ଅଧିନାୟକ ପ୍ରକାଶ ପୋଡଦାରଙ୍କ କହିବା ପରେ ଧୋନୀଙ୍କୁ ଟିଆର୍‌ଡିଡବ୍ଲୁରେ ସାମିଲ କରାଯାଇଥିଲା। ପ୍ରତିଭା ଥିଲେ ଖେଳାଳିଙ୍କ ପାଇଁ ନିୟମର ଗୁରୁତ୍ୱ କିଛି ନାହିଁ ବୋଲି ପୋଡଦାର ଯୁକ୍ତି ବାଢ଼ିଥିଲେ।

ପୋଡଦାର ଅଣ୍ଡର-୧୯ ମ୍ୟାଚ୍‌ ଦେଖିବା ଲାଗି ଜାମସେଦପୁର ଯାଇଥିଲେ। ସେ ସମୟରେ ବିହାର ଟିମ୍‌ ନିକଟରେ ଥିବା କିନାନ ଷ୍ଟାଡିୟମରେ ଏକ ଦିନିକିଆ ମ୍ୟାଚ୍‌ ଖେଳୁଥିଲା। ବଲ୍‌ ବାରମ୍ବାର ଷ୍ଟାଡିୟମ୍‌ ବାହାରେ ପଡ଼ୁଥିଲା। ଏହାକୁ ଦେଖି ପୋଡଦାର ଖେଳାଳି ଜଣକ କିଏ ବୋଲି ଦେଖିବାକୁ ଚାହିଁଥିଲେ। ଖେଳାଳି ଆଉ କେହି ନୁହନ୍ତି ବରଂ ଧୋନୀ ବୋଲି ସେ ଜାଣିବାକୁ ପାଇଥିଲେ। ତାଙ୍କ କହିବା ପରେ ଧୋନୀଙ୍କୁ ଟିଆର୍‌ଡିଡବ୍ଲୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା।

Share