Categories: ଖେଳ

ସିରିଜ୍‌ ସ୍ଥଗିତ ପାଇଁ ଅନୁରୋଧ କରିବ ବିସିସିଆଇ

ମୁମ୍ବାଇ,୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ଗସ୍ତକୁ ଏକ ସପ୍ତାହ ଲାଗି ସ୍ଥଗିତ ରଖିବାକୁ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଅନୁରୋଧ କରିବ ବିସିସିଆଇ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବେ ଯୋଜନା ପ୍ରସ୍ତୁତ କରୁଛି। ବିସିସିଆଇ ଖୁବ ଶୀଘ୍ର ବିକଳ୍ପ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା ପାଇଁ ଦକ୍ଷିଣ ଆଫ୍ରିକା ବୋର୍ଡକୁ ଯୋଗାଯୋଗ କରିବ ବୋଲି ଜଣାପଡ଼ିଛି।

ଜାତୀୟ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ରେ ୩ ପରିବର୍ତ୍ତେ ୨ ମ୍ୟାଚ୍‌ ଖେଳାଯାଇପାରେ। ଏହାଛଡ଼ା ଦିନିକିଆ ଓ ଟି୨୦ ସିରିଜ୍‌ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ଭାରତକୁ ଦକ୍ଷିଣ ଆଫ୍ରିକାରେ ୩ ଟେଷ୍ଟ ପରେ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳାଯିବାର ଥିଲା। ଏହାପରେ ୪ ଟିକିଆ ଟି୨୦ ସିରିଜ୍‌ ଖେଳାଯିବାର ଅଛି।

”ସିରିଜ୍‌କୁ ଗୋଟିଏ ସପ୍ତାହ ଘୁଞ୍ଚାଇ କାର୍ଯ୍ୟସୂଚୀ ଘୋଷଣା କରିବାକୁ ଆମେ ସିଏସ୍‌ଏକୁ ଅନୁରୋଧ କରିବୁ ବିସିସିଆଇ ସୂତ୍ରରୁ ଗୁରୁବାର ମଧ୍ୟାହ୍ନରେ କୁହାଯାଇଛି।

Share