Categories: ଖେଳ

କୋହଲିଙ୍କ ଉପରେ ରାଗିଗଲା ବିସିସିଆଇ

ମୁମ୍ବାଇ,୨୫ା୮: ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅସନ୍ତୋଷ ବ୍ୟକ୍ତ କରିଛି। ଏପରି କି ଭାରତୀୟ କ୍ରିକେଟରମାନଙ୍କୁ ଏକ ଚେତାବନୀ ଦିଆଯାଇ ସାନି ଗାଇଡ୍‌ଲାଇନ୍‌ ଜାରି କରିଛି।

ଗୁରୁବାର କୋହଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ତାଙ୍କ ୟୋ ୟୋ ଫିଟ୍‌ନେସ୍‌ ଟେଷ୍ଟ ସ୍କୋର ଉଲ୍ଲେଖ କରିଥିଲେ। ଟିମ୍‌ ମ୍ୟାନେଜମେଣ୍ଟ ଏହାକୁ ଗୁରୁତର ଭାବେ ନେଇ ଗାଇଡ୍‌ଲାଇନ୍‌ ଜାରି କରିଛି। ୟୋ ୟୋ ଟେଷ୍ଟ ସ୍କୋର ଏକ ଗୋପନୀୟ ତଥ୍ୟ ହୋଇଥିବାରୁ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶ କରିବା ଏକ ବେନିୟମ କାର୍ଯ୍ୟ। ଏହାଦ୍ୱାରା ଆଚରଣବିଧି ଉଲ୍ଲଂଘନ ହେଉଛି। ଏସିଆ କପ୍‌ ପୂର୍ବରୁ ଭାରତୀୟ କ୍ରିକେଟରମାନେ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଅଲୁର୍‌ଠାରେ ଏକ ଫିଟ୍‌ନେସ୍‌ ଓ ପ୍ରସ୍ତୁତି କ୍ୟାମ୍ପରେ ଉପସ୍ଥିତ ଅଛନ୍ତି। ବିସିସିଆଇ ଖେଳାଳିମାନଙ୍କ ଫିଟ୍‌ନେସ ମାନଦଣ୍ଡ ୧୬.୫ ରଖିଛି। କୋହଲି ୟୋ ୟୋ ଟେଷ୍ଟରେ ୧୭.୨ ସ୍କୋର କରିଥିବାରୁ ସେ ଖୁବ୍‌ ଆନନ୍ଦିତ ବୋଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ଉଲ୍ଲେଖ କରିଥିଲେ।

Share