Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ, କୋହଲି ନୁହନ୍ତି ରାହୁଲ ସମ୍ଭାଳିବେ ଅଧିନିୟକତ୍ୱ

ନୂଆଦିଲ୍ଲୀ,୩୦।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଦିନିକିଆ ଦଳର ଦାୟିତ୍ୱ କେ.ଏଲ ରାହୁଲଙ୍କୁ ହସ୍ତାନ୍ତର କରାଯାଇଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ ଏହି ଦଳର ଅଂଶ ନୁହଁନ୍ତି। ଡିସେମ୍ବର ୧୦ ରବିବାର ଠାରୁ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍‌ ସହିତ ଭାରତର ଦକ୍ଷିଣ ଆଫ୍ରିକା ଯାତ୍ରା ଆରମ୍ଭ ହେବ। ଏହା ପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ଡିସେମ୍ବର ୧୭ ରବିବାର ଠାରୁ ଆରମ୍ଭ ହେବ।

ଭାରତୀୟ ଦଳ: ଋତୁରାଜ ଗାଇକୱାଡ, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପାଟିଦାର, ରିଙ୍କୁ ସିଂ, ଶ୍ରେୟାସ ଆୟର, କେ.ଏଲ ରାହୁଲ (ଅଧିନାୟକ ତଥା ଉଇକେଟ୍‌ କିପର), ସଞ୍ଜୁ ସାମସନ (ଉଇକେଟ୍‌ କିପର), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆବେଶ ଖାନ୍‌, ଅର୍ଶଦୀପ ସିଂ, ଦୀପକ ଚାହର।

Share