Categories: ଖେଳ

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌ ବୋଲିଂ ଅଲ୍‌ରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ପ୍ରଥମଥରପାଇଁ ୧୮ ଜଣିଆ ଦଳରେ ସାମିଲ କରାଯାଇଛି। ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ମହମ୍ମଦ ଶାମିଙ୍କୁ ସାମିଲ କରାଯାଇ ନ ଥିବାବେଳେ ଆହତ କୁଲଦୀପ ଯାଦବଙ୍କୁ ରିହାବିଲିଟେଶନ ପରାମର୍ଶ ଦିଆଯାଇଛି। ତେବେ ଓ୍ବାଶିଂଟନ ସୁନ୍ଦରଙ୍କୁ ସ୍ଥାନ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ଦଳ ଘୋଷିତ ହୋଇଛି। ଫାଷ୍ଟ ବୋଲର ମୟଙ୍କ ଯାଦବ ପୁଣି ଆହତ ହୋଇଥିବାରୁ ଦଳରୁ ବାଦ୍‌ ପଡ଼ିଛନ୍ତି। କର୍ନାଟକ ସିମର ବିଜୟକୁମାର ବ୍ୟଶକ ଓ ପଞ୍ଜାବ ବ୍ୟାଟର ରମଣଦୀପ ସିଂଙ୍କୁ ସ୍ଥାନ ମିଳିଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ୪ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ନଭେମ୍ବର ୮ରୁ ଏବଂ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ନଭେମ୍ବର ୨୨ରୁ ପର୍ଥରେ ଆରମ୍ଭ ହେବ।
ବର୍ଡର ଭାଗାସ୍କର ଟ୍ରଫି ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶପ୍ରୀତ୍‌ ବୁମ୍‌ରା (ଉପ-ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଅଭିମନ୍ୟୁ ଈଶ୍ୱରନ, ଶୁବମନ ଗିଲ୍‌, ବିରାଟ କୋହଲି, ଲୋକେଶ ରାହୁଲ, ରିଷଭ ପନ୍ତ, ସର୍ଫରାଜ ଖାଁ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ଓ୍ବାଶିଂଟନ ସୁନ୍ଦର। ରିଜର୍ଭ: ମୁକେଶ କୁମାର, ନଭଦୀପ ସଇନୀ, ଖଲିଲ ଅହମଦ।
ଦକ୍ଷିଣ ଆଫ୍ରିକା ଟି୨୦ ପାଇଁ ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ତିଲକ ବର୍ମା, ଜୀତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ବିଜୟ କୁମାର ବ୍ୟଶକ, ଆଭେଶ ଖାଁ, ଯଶ ଦୟାଲ।

Share