ବ୍ରିସବେନ୍, ୧୯।୧: ବ୍ରିସ୍ବେନ୍ର ଗାବା ଷ୍ଟାଡିୟମରେ ଅଷ୍ଟ୍ରଲିଆକୁ ପରାସ୍ତ କରି ଭାରତୀୟ ଚାଖିଛି ବିଜୟର ସ୍ବାଦ। ଯୁବ କ୍ରgିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ୨-୧ରେ ଜିତି ଇତିହାସ ସୃଷ୍ଟି କରିଛି। ଭାରତର ଏହି ଐତିହାସିକ ବିଜୟରେ ବିସିସିଆଇ ମଧ୍ୟ ବହୁତ ଖୁସି ହୋଇଛି। ଭାରତୀୟ କ୍ରିକେଟ ବୋର୍ଡର ପ୍ରମୁଖ ସୌରଭ ଗାଙ୍ଗୁଲି ୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।
ଗାଙ୍ଗୁଲି ଟୁଇଟ୍କରି କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଏହି ଟେଷ୍ଟ ସିରିଜ ଜିତିବା ଭାରତୀୟ କ୍ରିକେଟ ଇତିହାସରେ ସର୍ବଦା ସ୍ମରଣୀୟ ହୋଇରହିବ। ଦଳକୁ ୫ କୋଟି ଟଙ୍କାର ବୋନସ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ଏହି ବିଜୟ ଆପାଇଁ ସବୁଠାରୁ ବଡ଼ ବିଜୟ। ଏଥିପାଇଁ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ବୋଲି ସେ ଲେଖିଛନ୍ତି।