Categories: ଖେଳ

ଇଂଲଣ୍ଡ ବିପକ୍ଷ ଟି-୨୦, ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ ପାଇଁ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିଛନ୍ତି। ଭାରତୀୟ ଦଳର ଦାୟିତ୍ୱ ତାଙ୍କ ହାତରେ ରହିବ। ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପରେ ଭାରତୀୟ ଦଳ ୩ ଟି-୨୦ ଏବଂ ଦିନିକିଆ ମ୍ୟାଚ ଖେଳିବ।
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ବିସିସିଆଇ ଦୁଇଟି ଭିନ୍ନ ଦଳ ଚୟନ କରିଛି। ଯାହାଦ୍ୱାରା ଅଧିକରୁ ଅଧିକ ଯୁବ ଖେଳାଳିଙ୍କୁ ଏହି ସିରିଜରେ ସୁଯୋଗ ଦିଆଯାଇପାରିବ।
ପ୍ରଥମ ଟି-୨୦ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, ଋତୁରାଜ ଗାଇକ୍ୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (ଉଇକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେସ୍‌ ଆୟାର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଆବେଶ ଖାନ, ଅର୍ଶଦୀପ ସିଂ, ଉମ୍ରାନ ମଲିକ।
ଦ୍ୱିତୀୟ ଏବଂ ତୃତୀୟ ଟି -୨୦ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା (ଅଧିନାୟକ), ଇଶାନ କିଶାନ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଦୀନେଶ କାର୍ତ୍ତିକ (ଉଇକେଟ୍‌ କିପର), ରିଷଭ ପନ୍ତ (ଉଇକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ ଅକ୍ଷର ପଟେଲ, ରବି ବିଷ୍ଣୋଇ, ଜଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, ଆବେଶ ଖାନ, ହର୍ଷଲ ପଟେଲ, ଉମ୍ରାନ ମଲିକ।
୩ଟି ଦିନିକିଆ ମ୍ୟାଚ ପାଇଁ ଭାରତ ଦଳ
ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ଇଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ରିଷଭ ପନ୍ତ (ଉଇକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ।

Share