Categories: ଖେଳ

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୬।୧:କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଆଇସିସି ମହିଳା ବିଶ୍ୱକପ ୨୦୨୨ ପାଇଁ ଦଳ ଘୋଷଣା କରିଛି। ମାର୍ଚ୍ଚ ୬ରେ ପାକିସ୍ତାନ ବିପକ୍ଷ ବିଶ୍ୱକପରେ ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚ ତଉରଙ୍ଗାସ୍ଥିତ ବେ ଓଭାଲରେ ଖେଳାଯିବ। ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ଫେବୃଆରୀ ୧୧ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ବାମହାତୀ ସ୍ପିନ ବୋଲର ଏକତା ବିଷ୍ଟ, ଶିଖା ପାଣ୍ଡେ ଏବଂ ତାରକା ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗେଜ ବିଶ୍ୱକପ ଦଳରେ ସ୍ଥାନ ପାଇ ନାହାଁନ୍ତି। ଦ୍ରୁତ ବୋଲର ରେଣୁକା ସିଂ ଠାକୁର ପ୍ରଥମ ଥର ପାଇଁ ଦଳରେ ସ୍ଥାନ ପାଇଛନ୍ତି। ରେଣୁକା ତାଙ୍କ ଦିନିକିଆ ଡେବ୍ୟୁ କରିନାହାଁନ୍ତି। ଏକତାଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବରେ ବିଶ୍ୱକପ ଦଳରେ ରଖାଯାଇଛି।
ନ୍ୟୁଜିଲାଣ୍ଡ ବିପକ୍ଷ ମହିଳା ବିଶ୍ୱକପ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ: ଥିଥାଲି ରାଜ (ଅଧିନାୟକ), ହରମାନପ୍ରୀତ କୌର (ଉପ-ଅଧିନାୟକ), ସ୍ମୃତି ମନ୍ଧନା, ଶେଫାଳୀ ବର୍ମା, ଯାସ୍ତିକା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ (ଉଇକେଟ୍‌କିପର), ସ୍ନେହ ରାଣା, ଝୁଲନ ଗୋସ୍ବାମୀ , ପୂଜା ବସ୍ତ୍ରାକର, ମେଘନା ସିଂ, ରେଣୁକା ଠାକୁର, ତାନିଆ ଭାଟିଆ (ଉଇକେଟ୍‌କିପର), ରାଜେଶ୍ୱରୀ ଗାଇକ୍ୱାଡ, ପୁନମ ଯାଦବ।

Share