ମୁମ୍ବାଇ,୧୫।୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଆଗାମୀ ସିରିଜର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ବିସିସିଆଇ ଏନେଇ ମଙ୍ଗଳବାର ଘୋଷଣା କରିଛି। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ଟି-୨୦ ଓ ଟେଷ୍ଟ ସିରିଜ ଖେଳିବ। ପୁଣିଥରେ ପିଙ୍କ ବଲ୍ରେ ଏହି ଦିବାରାତ୍ର ଟେଷ୍ଟ ଅନୁଷ୍ଠିତ ହେବ।
ବିସିସିଆଇ ପକ୍ଷରୁ ଜାରି ସଂଶୋଧିତ ଭେନ୍ୟୁ ତାଲିକା ଅନୁଯାୟୀ, ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ(୨୪, ୨୬, ୨୭ ଫେବୃୟାରୀ) ପରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ମୋହାଲିରେ ୪ରୁ ୮ ମାର୍ଚ୍ଚ ଯାଏ ଏବଂ ବେଙ୍ଗାଲୁରୁରେ ଦିବାରାତ୍ର ଟେଷ୍ଟ ୧୨ ମାର୍ଚ୍ଚରୁ ୧୬ ମାର୍ଚ୍ଚ ଯାଏ ଖେଳାଯିବ।
ତେବେ ଫେବୃଆରୀ ୨୫ରେ ମୋହାଲିରେ ପ୍ରଥମ ଟେଷ୍ଟ ଓ ମାର୍ଚ୍ଚ ୫ରୁ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ଥିଲା। କିନ୍ତୁ ଶ୍ରୀଲଙ୍କା ଏବେ ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜ ଖେଳୁଛି। କରୋନା ପାଇଁ ଖେଳାଳି ପାଇଁ ବାୟୋ ବବଲ୍ସରେ ଅଛନ୍ତି। ତେଣୁ ଭ୍ରମଣକାରୀ ଟିମ ବବଲ୍ସରେ ରହିଥିବା ଖେଳାଳିଙ୍କୁ ଟି-୨୦ ସିରିଜ ଖେଳିବାକୁ ଭାରତ ପଠାଇବ। ଏହି କାରଣ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପ୍ରଥମେ ଟି-୨୦ ଓ ପରେ ଟେଷ୍ଟ ସିରିଜ ଆୟୋଜନ କରିବାକୁ ଅନୁରୋଧ କରିଥିଲା। ଏହାକୁ ବିସିସିଆଇ ଗ୍ରହଣ କରିଛି।