Categories: ଖେଳ

ମହିଳା କ୍ରିକେଟର୍‌ଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଣ୍ଡର-୧୯ ମହିଳା ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଅଭିନନ୍ଦନର ସୁଅ ଛୁଟିଛି। ଅଣ୍ଡର-୧୯ ମହିଳା ଦଳ ରବିବାର ଇଂଲଣ୍ଡ ବିପକ୍ଷରେ ଚମତ୍କାର ୭ ଉଇକେଟ ବିଜୟ ସହ ମହିଳା କ୍ରିକେଟରେ ନିଜର ପ୍ରଥମ ଆଇସିସି ଟାଇଟଲ ଜିତିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନୈତିକ ଦଳର ନେତାମାନେ ରବିବାର ଦିନ ଭାରତ ଅଣ୍ଡର-୧୯ ମହିଳା କ୍ରିକେଟ ଦଳର ବିଜୟକୁ ପ୍ରଶଂସା କରିଛନ୍ତି।
ମହିଳା ଅଣ୍ଡର-୧୯ କ୍ରିକେଟ ଦଳ ଏବଂ ସହାୟକ କର୍ମଚାରୀଙ୍କ ପାଇଁ ବିସିସିଆଇ ସଚିବ ଜୟ ଶାହା ପାଞ୍ଚ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ଟାଇଟଲ ଜିତିବା ପରେ ଶାହା ଟୁଇଟ୍‌ କରି କହିଛନ୍ତି ଯେ, ଭାରତରେ ମହିଳା କ୍ରିକେଟର ଲୋକପ୍ରିୟତା ବୃଦ୍ଧି ପାଉଛି ଏବଂ ବିଶ୍ୱକପ ବିଜୟ ମହିଳା କ୍ରିକେଟ ସ୍ଥିତିକୁ ଆହୁରି ଅଧିକ ବୃଦ୍ଧି କରିଛି। ସମଗ୍ର ଦଳ ଏବଂ ସହାୟକ କର୍ମଚାରୀଙ୍କ ପାଇଁ ପୁରସ୍କାର ରାଶି ଭାବରେ ୫ କୋଟି ଟଙ୍କା ଘୋଷଣା କରି ମୁଁ ଖୁସି । ଏହା ନିଶ୍ଚିତ ଭାବରେ ଏକ ଉତ୍ତମ ବର୍ଷ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣ୍ଡର-୧୯ ଭାରତୀୟ ମହିଳା କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି,ସେମାନେ ଚମତ୍କାର କ୍ରିକେଟ ଖେଳିଛନ୍ତି ଏବଂ ତାଙ୍କର ଏହି ସଫଳତା ଅନେକ କ୍ରିକେଟ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ। ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଦଳକୁ ଶୁଭେଚ୍ଛା।

Share