Categories: ଖେଳ

ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା କଲା ବିସିସିଆଇ, ଜାଣନ୍ତୁ ଟି-୨୦, ଓ୍ବାନଡେ ସିରିଜର ପୂରା ସିଡ୍ୟୁଲ

ନୂଆଦିଲ୍ଲୀ,୧୧।୭: ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଗୁରୁବାର ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି। ଟିମ ଇଣ୍ଡିଆ ୨୬ ଜୁଲାଇରୁ ଶ୍ରୀଲଙ୍କାରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ । ଏହା ପରେ ଅଗଷ୍ଟ ୨ରୁ ଦୁଇ ଦଳ ମଧ୍ୟରେ ୩ ଟି ଓ୍ବାନ ଡେ’ମ୍ୟାଚ ଖେଳାଯିବ। ତେବେ ଏହି ସିରିଜ ପାଇଁ ଉଭୟ ବୋର୍ଡ ଏପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହାଁନ୍ତି। ଏହି ଗସ୍ତରୁ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସନଥ ଜୟସୁରିୟା ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକଙ୍କ ଦାୟିତ୍ୱ ପାଇଛନ୍ତି। ଭାରତ ବିପକ୍ଷ ସିରିଜ ପୂର୍ବରୁ ମଧ୍ୟ ଶ୍ରୀଲଙ୍କାର ଅଧିନାୟକ ୱାନିନ୍ଦୁ ହସରାଙ୍ଗା ଅଧିନାୟକତ୍ୱ ଛାଡିଛନ୍ତି।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ ୨୬ଜୁଲାଇରେ ପଲ୍ଲେକେଲେରେ ଖେଳାଯିବ। ଏହି ମ୍ୟାଚ ଭାରତୀୟ ସମୟ ସା ୭ ଟାରୁ ଆରମ୍ଭ ହେବ। ଏହା ପରେ, ଦ୍ୱିତୀୟ ଟି -୨୦ ମ୍ୟାଚ ପରଦିନ ଅର୍ଥାତ୍‌ ୨୭ ଜୁଲାଇରେ ଖେଳାଯିବ । ଟି -୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ୨୯ ଜୁଲାଇରେ ଖେଳାଯିବ। ଏହି ମ୍ୟାଚ କେବଳ ପଲ୍ଲେକେଲେରେ ଅନୁଷ୍ଠିତ ହେବ।

ଏହି ଗସ୍ତରୁ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସନଥ ଜୟସୁରିୟା ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକଙ୍କ ଦାୟିତ୍ୱ ପାଇଛନ୍ତି। ଭାରତ ବିପକ୍ଷ ସିରିଜ ପୂର୍ବରୁ ମଧ୍ୟ ଶ୍ରୀଲଙ୍କାର ଅଧିନାୟକ ୱାନିନ୍ଦୁ ହସରଙ୍ଗା ଅଧିନାୟକତ୍ୱ ଛାଡିଛନ୍ତି।
ଟି -୨୦ ସିରିଜ ପରେ ଅଗଷ୍ଟ ୧ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଓ୍ବାନଡେ’ ସିରିଜ ମଧ୍ୟ ଖେଳାଯିବ। ଓ୍ବାନଡେ’ ସିରିଜର ପ୍ରଥମ ମ୍ୟାଚ ୧ଅଗଷ୍ଟରେ, ଦ୍ୱିତୀୟ ମ୍ୟାଚ ୪ଅଗଷ୍ଟରେ ଏବଂ ତୃତୀୟ ଏବଂ ଶେଷ ମ୍ୟାଚ ୭ ଅଗଷ୍ଟରେ ଖେଳାଯିବ । ଓ୍ବାନଡେ’ ସିରିଜର ସମସ୍ତ ମ୍ୟାଚ କଲମ୍ବୋରେ ଖେଳାଯିବ।
ଭାରତର ଶ୍ରୀଲଙ୍କା ଗସ୍ତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ପ୍ରଥମ ଟି -୨୦ ମ୍ୟାଚ – ୨୬ ଜୁଲାଇ।
ଦ୍ୱିତୀୟ ଟି -୨୦ ମ୍ୟାଚ – ୨୭ ଜୁଲାଇ ।
ତୃତୀୟ ଟି -୨୦ ମ୍ୟାଚ – ୨୯ ଜୁଲାଇ ।
ଓ୍ବାନଡେ’ ବା ODI ସିରିଜ କାର୍ଯ୍ୟସୂଚୀ ।
ପ୍ରଥମ ଓ୍ବାନଡେ’ – ୧ ଅଗଷ୍ଟ।
୨ୟ ଓ୍ବାନଡେ’ – ୪ ଅଗଷ୍ଟ।
ତୃତୀୟ ଓ୍ବାନଡେ’ – ୭ ଅଗଷ୍ଟ।

Share