Categories: ଖେଳ

ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ

ହାଇଦ୍ରାବାଦ, ୨୪ା୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍‌ କାରଣରୁ ୪ବର୍ଷ ପରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଗତ ୪ ବର୍ଷ ପାଇଁ ପୁରସ୍କୃତ ପୁରୁଷଙ୍କ ମଧ୍ୟରେ ରହିଛନ୍ତି ଶୁବମନ ଗିଲ, ଆର. ଅଶ୍ୱିନ, ଯଶପ୍ରୀତ ବୁମ୍‌ରା ଓ ମହମଦ ଶାମି। ମହିଳା ବିଭାଗରେ ଶ୍ରେଷ୍ଠ ପୁରସ୍କାର ପାଇଛନ୍ତି ଦିପ୍ତୀ ଶର୍ମା ଓ ସ୍ମୃତି ମନ୍ଧାନା। ରବି ଶାସ୍ତ୍ରୀ ଓ ଫାରୁଖ ଇଞ୍ଜିନିୟରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି।
ପୁରସ୍କାର ବିଜେତାଙ୍କ ତାଲିକା
ସିକେ ନାଇଡୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ: ଫାରୁଖ ଇଞ୍ଜିନିୟର ଓ ରବି ଶାସ୍ତ୍ରୀ। ପଲିଉମ୍ରିଗର ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରୁଷ କ୍ରିକେଟ ପୁରସ୍କାର: ମହମ୍ମଦ ଶାମି (୨୦୧୯-୨୦), ଆର. ଅଶ୍ୱିନ (୨୦୨୦-୨୧), ଯଶପ୍ରୀତ ବୁମ୍‌ରା (୨୦୨୧-୨୨), ଶୁବମନ ଗିଲ୍‌ (୨୦୨୨-୨୩)।
ଶ୍ରେଷ୍ଠ ଅନ୍ତର୍ଜାତୀୟ ମହିଳା କ୍ରିକେଟ ପୁରସ୍କାର: ଦୀପ୍ତି ଶର୍ମା (୨୦୧୯-୨୦), ସ୍ମୃତି ମନ୍ଧାନା (୨୦୨୦-୨୧), ସ୍ମୃତି ମନ୍ଧାନା (୨୦୨୧-୨୨), ଦୀପ୍ତି ଶର୍ମା (୨୦୨୨-୨୩)। ଶ୍ରେଷ୍ଠ ଅନ୍ତର୍ଜାତୀୟ ପଦାର୍ପଣକାରୀ ପୁରୁଷ ଖେଳାଳି: ମୟଙ୍କ ଅଗ୍ରଓ୍ବାଲ (୨୦୧୯-୨୦), ଅକ୍ଷର ପଟେଲ (୨୦୨୦-୨୧), ଶ୍ରେୟସ ଅୟର (୨୦୨୧-୨୨), ଯଶ୍ୱୀ ଜୈସ୍ବାଲ (୨୦୨୨-୨୩)। ଶ୍ରେଷ୍ଠ ଅନ୍ତର୍ଜାତୀୟ ମହିଳା ପଦାର୍ପଣକାରୀ ଖେଳାଳି: ପ୍ରିୟା ପୁନିଆ (୨୦୧୯-୨୦), ଶେଫାଳି ବର୍ମା (୨୦୨୦-୨୧), ଶାବିନେନି ମେଘାନା (୨୦୨୧-୨୨), ଅମନଜୋତ କୌର (୨୦୨୨-୨୩)। ଦିଲୀପ ସରଦେଶାଇ ପୁରସ୍କାର: ସବୁଠାରୁ ଅଧିକ ରନ (ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ ୨୦୨୨-୨୩)-ଯଶସ୍ବୀ ଜୈସ୍ବାଲ, ସବୁଠାରୁ ଅଧିକ ଉଇକେଟ- ଆର. ଅଶ୍ୱିନ (ଭାରତ ବନାମ ଓ୍ବେଷ୍ଟଇଣ୍ଡିଜ ୨୦୨୨-୨୩)। ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ରନ: ପୁନମ ରାଉତ (୨୦୧୯-୨୦), ମିଥାଲି ରାଜ (୨୦୨୦-୨୧), ହରମନପ୍ରୀତ କୌର (୨୦୨୧-୨୨), ଜେମିମା ରୋଡ୍ରିଗୁଏଜ୍‌ (୨୦୨୨-୨୩) ।
ମହିଳା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସବୁଠାରୁ ଅଧିକ ଉଇକେଟ: ପୁନମ ଯାଦବ (୨୦୧୯-୨୦), ଝୁଲଣ ଗୋସ୍ବାମୀ (୨୦୨୦-୨୧), ରାଜେଶ୍ୱରୀ ଗାଏକ୍ୱାଡ (୨୦୨୧-୨୨) ଓ ଦେବିକା ବୈଦ୍ୟ (୨୦୨୨-୨୩) ।

Share