Advertisement
Categories: ଖେଳ

ମହମ୍ମଦ ଶାମିଙ୍କ ଅଭିଯୋଗ ପରେ ବଡ଼ ନିୟମ ପରିବର୍ତ୍ତନ କଲା BCCI, ହଟାଇଲା ପ୍ରତିବନ୍ଧକ…

ମୁମ୍ବାଇ,୨୦ା୩: ବିସିସିଆଇ ଗୁରୁବାର ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗରେ ବଲ୍ ଉପରେ ଲାଳ ବ୍ୟବହାର ଉପରେ ପ୍ରତିବନ୍ଧକ ହଟାଇଛି। ଅଧିକାଂଶ ଅଧିନାୟକ ଏହାର ପ୍ରସ୍ତାବରେ ସହମତ ହେବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ମୁମ୍ବାଇରେ ଅଧିନାୟକ ମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଣିକି ବଲ୍ ଉପରେ ଲାଳ ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଅଧିକାଂଶ ଅଧିନାୟକ ଏହି ପଦକ୍ଷେପର ସପକ୍ଷରେ ଥିବା ବିସିସିଆଇ’ର ଜଣେ ଶୀର୍ଷ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କରୋନା ମହାମାରୀ ସମୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବଲ୍ ଚମକାଇବା ପାଇଁ ଲାଳ ପ୍ରୟୋଗ କରିବାର ପୁରୁଣା ଅଭ୍ୟାସକୁ ନିଷିଦ୍ଧ କରିଥିଲା।

୨୦୨୨ରେ, ଆଇସିସି ଏହି ପ୍ରତିବନ୍ଧକକୁ ସ୍ଥାୟୀ କରିଥିଲା। ମହାମାରୀ ପରେ ଆଇପିଏଲ ମଧ୍ୟ ଆଇସିସି ପ୍ରତିବନ୍ଧକକୁ ଏହାର ଖେଳ ପରିସ୍ଥିତିରେ ଅନ୍ତର୍ଭୁକ୍ତ କରିଥିଲା ​​କିନ୍ତୁ ଏହାର ନିର୍ଦ୍ଦେଶାବଳୀ ଖେଳର ପରିଚାଳନା ସଂସ୍ଥାର ପରିସର ବାହାରେ ଅଛି। ଗୁରୁବାର ଏହି ନୂତନ ବିକାଶ ସହିତ କରନା ମହାମାରୀ ପରେ ଲାଳ ବ୍ୟବହାର ପୁନଃ ପ୍ରଚଳନ କରିବାରେ ଆଇପିଏଲ ପ୍ରଥମ ପ୍ରମୁଖ କ୍ରିକେଟ ଇଭେଣ୍ଟ ପାଲଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel