ନୂଆଦିଲ୍ଲୀ,୪।୨: ଚର୍ଚ୍ଚାରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ବିସିସିଆଇ ସଭାପତି ଭାବରେ ୨୬ ମାସର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଥର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏବେ ଗାଙ୍ଗୁଲି ଉକ୍ତ ଅଭିଯୋଗର ଜବାବ ରଖିଛନ୍ତି। ସେ କହିଛନ୍ତି, ମୁଁ କାହାକୁ କିଛି ଜବାବ ଦେବା ଏବଂ ଭିତ୍ତିହୀନ ଅଭିଯୋଗକୁ ସମ୍ମାନ ଦେବା ଆବଶ୍ୟକ ବୋଲି ଭାବୁନାହିଁ। ମୁଁ ବିସିସିଆଇର ସଭାପତି। ଅଧ୍ୟକ୍ଷ ଭାବେ ଯାହା କରିବା ଉଚିତ ମୁଁ ତାହା କରେ। ମୁଁ ଚୟନ କମିଟି ବୈଠକରେ ବସିଥିବାର ଫଟୋ ଭାଇରାଲ ହୋଇଥିଲା। ତେବେ ତାହା ଉକ୍ତ ବୈଠକର ନ ଥିଲା। କାରଣ ଜୟେଶ ଜର୍ଜ କମିଟିରେ ସାମିଲ ନୁହନ୍ତି। ଏହାଛଡ଼ା ୨୦୨୩ରେ ପୁରୁଷ ଭଳି ମହିଳା ଆଇପିଏଲ୍ ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି ଏହା ପୁରୁଷଙ୍କ ଆଇପିଏଲ ପରି ବଡ ଏବଂ ସଫଳ ହେବ ବୋଲି ସେ କହିଛନ୍ତି।