Categories: ଖେଳ

୫୦୦ତମ ମ୍ୟାଚ୍‌ ପୂର୍ବରୁ କୋହଲିଙ୍କୁ ଅଭିନନ୍ଦନ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ,୨୦।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମାଧ୍ୟମରେ ସେ ତାଙ୍କ କ୍ୟାରିୟରର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆଜିଠାରୁ ତ୍ରିନିଦାଦରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ବିସିସିଆଇ ବିରାଟ କୋହଲିଙ୍କୁ ଏକ ବିଶେଷ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି।
ବିସିସିଆଇ ଟୁଇଟର୍‌ରେ ବିରାଟ କୋହଲିଙ୍କ ଏକ ଫଟୋ ଶେୟାର କରାଯାଇଥିଲା। ଫଟୋଟି ଏପରି ଢଙ୍ଗରେ ତିଆରି ହୋଇଛି ଯେ, କୋହଲି ତାଙ୍କର ପୁରୁଣା ଯାତ୍ରା ଦେଖୁଛନ୍ତି। ଏହି ପୋଷ୍ଟରରେ କ୍ୟାପସନ ଦିଆଯାଇଛି, ଯାତ୍ରାକୁ ମନେପକାଇବାର ୫୦୦ କାରଣ। ବିରାଟ କୋହଲିଙ୍କୁ ତାଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଅଭିନନ୍ଦନ।
ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର ଚତୁର୍ଥ ଖେଳାଳି ଭାବେ ୫୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। କୋହଲିଙ୍କ ପୂର୍ବରୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୫୦୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ଅତିକ୍ରମ କରିଛନ୍ତି। ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ୬୬୪, ଧୋନୀ ୫୩୮ଏବଂ ରାହୁଲ ଦ୍ରାବିଡ ୫୦୯ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। କୋହଲି ୫୦୦ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବିଶ୍ୱର ଦଶମ ଖେଳାଳି ହେବେ।

ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଖେଳାଳି

ସଚିନ ତେନ୍ଦୁଲକର – ୬୬୪ ମ୍ୟାଚ
ମହେଳା ଜୟୱଦ୍ଧ୍ୱର୍ର୍ନେ – ୬୫୨ ମ୍ୟାଚ
କୁମାର ସାଙ୍ଗାକାରା – ୫୯୪ ମ୍ୟାଚ
ସନଥ ଜୟସୁରିଆ – ୫୮୬ ମ୍ୟାଚ
ରିକି ପଣ୍ଟିଂ – ୫୬୦ ମ୍ୟାଚ
ମହେନ୍ଦ୍ର ସିଂ ଧୋନୀ- ୫୩୮ ମ୍ୟାଚ
ଶହିଦ ଆଫ୍ରିଦି – ୫୨୪ ମ୍ୟାଚ
ଜ୍ୟାକ କଲିସ – ୫୧୯ ମ୍ୟାଚ
ରାହୁଲ ଦ୍ରାବିଡ – ୫୦୯ ମ୍ୟାଚ
ବିରାଟ କୋହଲି – ୪୯୯ ମ୍ୟାଚ

Share