Posted inଖେଳ

ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ବଡ଼ ଝଟ୍‌କା ଦେଲା BCCI

ନୂଆଦିଲ୍ଲୀ,୧୯।୩: ନିକଟ ଅତୀତରେ ବିସିସିଆଇର ନୂତନ ଯାତ୍ରା ନୀତିକୁ ବହୁତ ସମାଲୋଚନା କରି ଅନେକ କିଛି କହିଥିଲେ। ଯାହା ପରେ ବିସିସିଆଇ ଏହାର ନୀତି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ଆସିଥିଲା, କିନ୍ତୁ ଏବେ ଏ ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ବିସିସିଆଇ ଲାଗୁ ହୋଇଥିବା ’ପରିବାର ନୀତି’ର ପୁନର୍ବିଚାର କରୁଛି ବୋଲି ଦାବି କରାଯାଉଥିବା ରିପୋର୍ଟକୁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।
ବିସିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଦେଶ ଗସ୍ତ ସମୟରେ ଖେଳାଳିଙ୍କ ପରିବାରକୁ ଏକ ର୍ନିଦ୍ଦିଷ୍ଟ ସମୟ ପରେ ଦଳ ସହିତ ରହିବାକୁ ଅନୁମତି ଦିଆଯିବ ନାହିଁ। ତଥାପି ବିରାଟ କୋହଲିଙ୍କ ସମାଲୋଚନା ପରେ କିଛି ରିପୋର୍ଟରେ କୁହାଯାଇଛି ଯେ ବିସିସିଆଇ ଏହି ନୀତିରେ ପରିବର୍ତ୍ତନ ଆଣିବାକୁ ବିଚାର କରୁଛି। କିନ୍ତୁ ସଚିବ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନର ନୀତି ବଜାୟ ରହିବ ଏବଂ ଏଥିରେ ବର୍ତ୍ତମାନ ପାଇଁ କୌଣସି ପରିବର୍ତ୍ତନ ହେବ ନାହିଁ।
ବିସିସିଆଇ ସଚିବ କ’ଣ କହିଲେ?
ସାଇକିଆ କ୍ରିକବଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ’ଏହି ସମୟରେ, ବିଦ୍ୟମାନ ନୀତି ବଜାୟ ରହିବ, କାରଣ ଏହା ଆମ ଦେଶ ଏବଂ ସଂଗଠନ, ବିସିସିଆଇ ଉଭୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।’ ସେ ଆହୁରି କହିଛନ୍ତି, ’ବିସିସିଆଇ ସ୍ବୀକାର କରେ ଯେ କିଛି ଅସନ୍ତୋଷ କିମ୍ବା ଭିନ୍ନ ମତ ଥାଇପାରେ, କାରଣ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କର ମତ ପ୍ରକାଶ କରିବାର ଅଧିକାର ଅଛି।’ ଏହି ନୀତି ସମସ୍ତ ଦଳର ସଦସ୍ୟ – ଖେଳାଳି, ପ୍ରଶିକ୍ଷକ, ପରିଚାଳକ, ସହାୟକ କର୍ମଚାରୀ ଏବଂ ସମ୍ପୃକ୍ତ ସମସ୍ତଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ଏବଂ ସମସ୍ତଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରାଯାଇଛି।’ ସାଇକିଆ ଏହା ମଧ୍ୟ କହିଛନ୍ତି ଯେ ଏହି ନୀତି ରାତାରାତି ତିଆରି ହୋଇନାହିଁ। ସେ କହିଥିଲେ, ’ଏହି ନୀତି ଦଶନ୍ଧି ଧରି ପ୍ରଚଳିତ, ଆମର ଅଧ୍ୟକ୍ଷ ରୋଜର ବିନିଙ୍କ ଖେଳ ସମୟରୁ – ଏବଂ ହୁଏତ ତା’ ପୂର୍ବରୁ ମଧ୍ୟ।’
ବିସିସିଆଇର ପରିବାର ନୀତି କ’ଣ?
ବିସିସିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ବିଦେଶ ଗସ୍ତ ୪୫ ଦିନରୁ ଅଧିକ ସମୟ ପାଇଁ ହୁଏ, ତେବେ ଖେଳାଳିଙ୍କ ପରିବାରକୁ ’ସର୍ବାଧିକ ଦୁଇ ସପ୍ତାହ’ ପାଇଁ ଦଳ ସହିତ ରହିବାକୁ ଅନୁମତି ଦିଆଯିବ। ସାଇକିଆ କହିଛନ୍ତି, ‘ନୂତନ ନୀତି ପୂର୍ବ ନୀତିର ଏକ ସଂଶୋଧିତ ସଂସ୍କରଣ, ଯେଉଁଥିରେ ଖେଳାଳିଙ୍କ ଅଭ୍ୟାସ ଅଧିବେଶନ, ମ୍ୟାଚ ସୂଚୀ, ଗସ୍ତ, ଉପକରଣ, ଦଳଗତ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ସହାୟକ କାର୍ଯ୍ୟକଳାପ ସହିତ ଜଡିତ ବ୍ୟବସ୍ଥା ଅନ୍ତର୍ଭୁକ୍ତ।’ ଦଳର ଏକତା ଏବଂ ସମନ୍ବୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସମସ୍ତ ବ୍ୟବସ୍ଥା କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ବିସିସିଆଇ ବିଦେଶ ଗସ୍ତ ସମୟରେ ଖେଳାଳିଙ୍କ ପରିବାରକୁ ଏକାଠି ରହିବା ପାଇଁ ସମୟ ବୃଦ୍ଧି କରିଛି, କିନ୍ତୁ ବିଶେଷ ପରିସ୍ଥିତିରେ ନିୟମଗୁଡ଼ିକୁ କୋହଳ କରାଯାଇପାରିବ। କିନ୍ତୁ ଏହା କେବଳ ଏକ ପ୍ରକ୍ରିୟା ମାଧ୍ୟମରେ କରାଯିବ।

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri