Categories: ଖେଳ

ଏହି ମହାନ କ୍ରିକେଟର ହେବେ ଆଗାମୀ ବିସିସିଆଇ ଅଧ୍ୟକ୍ଷ, ଜାଣନ୍ତୁ ଗାଙ୍ଗୁଲୀ-ଜୟ ଶାହାଙ୍କ କ’ଣ ହେବ…

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)କୁ ମିଳିବ ନୂତନ ଅଧ୍ୟକ୍ଷ। ଏହାଛଡ଼ା ବୋର୍ଡର ଆଉ କିଛି ପଦରେ ନିର୍ବାଚନ ହେବ। ଏଥିନେଇ ମଙ୍ଗଳବାର ନାମାଙ୍କନ ଦାଖଲ କରାଯାଉଛି। ଅକ୍ଟୋବର ୧୮ ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ର ସଦସ୍ୟ ଥିବା ରୋଜର ବିନି ନିନ୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

୨୦୧୯ରୁ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ। ଏବେ ବିନି ତାଙ୍କ ସ୍ଥାନ ନେବେ। ତେବେ ଜୟ ଶାହ ସଚିବ ପଦରେ ରହିବେ। ସେହିଭଳି ଆଶିଷ ଶେଲାର କୋଷାଧ୍ୟକ୍ଷ ରହିବେ। ଆଶିଷ ଯଦି କୋଷାଧ୍ୟକ୍ଷ ହୁଅନ୍ତି ତେବେ ସେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନର ଅଧ୍ୟକ୍ଷ ପଦର ରେସ୍‌ରୁ ବାହାରିଯିବେ।

କିଏ କ’ଣ ହୋଇପାରନ୍ତି?
ରୋଜର ବିନି-ଅଧ୍ୟକ୍ଷ
ଜୟ ଶାହ-ସଚିବ
ରାଜୀବ ଶୁକ୍ଳା-ଉପାଧ୍ୟକ୍ଷ
ଆଶିଷ ଶେଲାର-କୋଷାଧ୍ୟକ୍ଷ
ଦେବାଜିତ ସାଇକିଆ- ସଂଯୁକ୍ତ ସଚିବ
ଅରୁଣ ଧୁମଲ-ଆଇପିଏଲ୍‌ ଚେୟାରମ୍ୟାନ୍‌

Share