Posted inଖେଳ

ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବଢ଼ାଇଲା ବିସିସିଆଇ…

କୋଲକାତା,୧୬।୪ : ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବିସିସିଆଇ ବହୁଗୁଣିତ କରିଛି। ଚଳିତ ସିଜିନରୁ ରଣଜୀ ଟ୍ରଫି ବିଜେତା ବର୍ତ୍ତମାନ ୨ କୋଟ ଟଙ୍କା ବଦଳରେ ୫ କୋଟି ଟଙ୍କା ପାଇବେ। ମହିଳା କ୍ରିକେଟ ଟୁର୍ନାମେଣ୍ଟକୁ ସବୁଠାରୁ ବଡ ଲାଭ ହୋଇଛି। ମହିଳା ଅନ୍ତର୍ଜାତୀୟ ଏକ ଦିବସୀୟ ଟ୍ରଫି ବିଜେତା ବର୍ତ୍ତମାନ ୬ ଲକ୍ଷ ବଦଳରେ ୫୦ ଲକ୍ଷ ଟଙ୍କା ଏବଂ ଟି-୨୦ ମହିଳା ଟ୍ରଫି ବିଜେତା ପାଞ୍ଚ ଲକ୍ଷ ବଦଳରେ ୪୦ ଲକ୍ଷ ଟଙ୍କା ପାଇବେ।

ଏଣିକି ରଣଜୀ ରନର୍‌ ଅପ ତିନି କୋଟି ପାଇବେ। ବିସିସିଆଇ ସଚିବ ଜୟ ଶାହା ଟୁଇଟ କରି କହିଛନ୍ତି, ବୋର୍ଡର ସମସ୍ତ ଘରୋଇ ଟୁର୍ନାମେଣ୍ଟର ପୁରସ୍କାର ରାଶି ବୃଦ୍ଧି କରାଯାଉଛି। ତାଙ୍କ ତରଫରୁ ଉଦ୍ୟମ ଘରୋଇ ଟୁର୍ନାମେଣ୍ଟକୁ ପ୍ରୋତ୍ସାହିତ କରିବ, ଯାହା ଭାରତୀୟ କ୍ରିକେଟର ମେରୁଦଣ୍ଡ ଅଟେ।

ବର୍ତ୍ତମାନ ପର୍ଯ୍ୟନ୍ତ ରଣଜୀ ଟ୍ରଫିର ବିଜେତାଙ୍କୁ ୨ କୋଟି ରନର୍‌ ଅପଙ୍କୁ ୧ କୋଟି ଏବଂ ସେମିଫାଇନାଲିଷ୍ଟମାନଙ୍କୁ ୫୦ ଲକ୍ଷ ଟଙ୍କା ପାଇଥିଲେ। ବର୍ତ୍ତମାନ ବିଜେତାଙ୍କୁ ୫ କୋଟି ଟଙ୍କା, ରନର୍‌ ଅପଙ୍କ ୩ କୋଟି ଏବଂ ସେମିଫାଇନାଲିଷ୍ଟଙ୍କୁ ୧ କୋଟି ଟଙ୍କା ମିଳିବ। ଇରାନୀ କପ ବିଜେତା ୨୫ ବଦଳରେ ୫୦ ଲକ୍ଷ ମିଳିବ। ସେହିପରି ରନର୍‌ ଅପଙ୍କୁ ମଧ୍ୟ ବର୍ତ୍ତମାନ ୨୫ ଲକ୍ଷ ଟଙ୍କା ମିଳିବ।

ମହିଳା କ୍ରିକେଟ ଟୁର୍ନାମେଣ୍ଟଗୁଡିକ ବହୁତ ଲାଭ ପାଇବେ। ଦୁଲିପ ଟ୍ରଫି ବିଜେତାଙ୍କୁ ୪୦ ଲକ୍ଷ ଟଙ୍କା ବଦଳରେ ୧ କୋଟି ଟଙ୍କା ଦିଆଯିବ। ସେହିପରି ରନର୍‌ ଅପ ୨୦ ଲକ୍ଷ ଟଙ୍କା ବଦଳରେ ୫୦ ଲକ୍ଷ ଟଙ୍କା ପାଇବେ। ଅର୍ନ୍ତଜାତୀୟ ଏକ ଦିବସୀୟ ପାଇଁ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ବିଜେତାଙ୍କୁ ୩୦ ଲକ୍ଷ ବଦଳରେ ଗୋଟିଏ କୋଟି ପାଇବେ। ରନର୍‌ ଅପ ୧୫ ଲକ୍ଷ ବଦଳରେ ୫୦ ଲକ୍ଷ ପାଇବେ। ପ୍ରୋ. ଡିବି ଦେଓଧର ଟ୍ରଫି ବିଜେତାଙ୍କୁ ୨୫ ଲକ୍ଷ ବଦଳରେ ୪୦ ଲକ୍ଷ ଏବଂ ରନର୍‌ ଅପଙ୍କୁ ୧୫ ଲକ୍ଷ ବଦଳରେ ୨୦ ଲକ୍ଷ ପାଇବେ ।

ସୟଦ ମୁଶତାକ ଅଲି ଟି -୨୦ ଟ୍ରଫି ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ବଦଳରେ ୮୦ ଲକ୍ଷ ଟଙ୍କା ଏବଂ ରନର୍‌ ଅପଙ୍କୁ ୧୦ ଲକ୍ଷ ଟଙ୍କା ବଦଳରେ ୪୦ ଲକ୍ଷ ଟଙ୍କା ମିଳିବ। ସିନିୟର ମହିଳା ଅର୍ନ୍ତଜାତୀୟ ଏକ ଦିବସୀୟ ଟ୍ରଫି ବିଜେତା ୬ ଲକ୍ଷ ବଦଳରେ ୫୦ ଲକ୍ଷ ଏବଂ ରନର୍‌ ଅପଙ୍କୁ ୩ ବଦଳରେ ୨୫ ଲକ୍ଷ ପାଇବେ। ସିନିୟର ମହିଳା ଟି -୨୦ ଟ୍ରଫି ବିଜେତା ୫ ଲକ୍ଷ ଟଙ୍କା ବଦଳରେ ୪୦ ଲକ୍ଷ ଟଙ୍କା ଏବଂ ରନର୍‌ ଅପ ୩ ଲକ୍ଷ ଟଙ୍କା ବଦଳରେ ୨୦ ଲକ୍ଷ ଟଙ୍କା ପାଇବେ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri