Categories: ଖେଳ

ବ୍ରିସ୍‌ବେନରେ ମୌଳିକ ସୁବିଧାକୁ ନେଇ ବିସିସିଆଇର ହସ୍ତକ୍ଷେପ

ନୂଆଦିଲ୍ଲୀ, ୧୩ା୧ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଓ ଫାଇନାଲ ଟେଷ୍ଟ ଖେଳିବା ଲାଗି ଭାରତୀୟ କ୍ରିକେଟ ଦଳ ବ୍ରିସ୍‌ବେନ୍‌ରେ ପହଞ୍ଚତ୍ଛି। ହୋଟେଲରେ ମୌଳିକ ସୁବିଧାର ଅଭାବ ଥିବା ଟିମ୍‌ ଇଣ୍ଡିଆ ଅଭିଯୋଗ କରିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ବ୍ୟାପାରରେ ହସ୍ତକ୍ଷେପ କରିଛି। ଖବର ଅନୁସାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା ଏବଂ ସିଇଓ ହେମାଙ୍ଗ ଅମିନ ସେମାନଙ୍କ କ୍ରିକେଟ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଭାରତୀୟ ଦଳ ଯେପରି ଆରାମରେ ରହିପାରିବେ ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ସେମାନେ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଟିମ୍‌ ଇଣ୍ଡିଆ କହିବା ଅନୁସାରେ ସେମାନଙ୍କ ଲାଗି ରୁମ୍‌ ସର୍ଭିସ ଓ ହାଉସ୍‌ କିପିଂ ଫ୍ୟାସିଲିଟି ନାହିଁ। ସେମାନଙ୍କ ପାଇଁ ଜିମ୍‌ ନିହାତି ଅପରିହାର୍ଯ୍ୟ ହୋଇଥିବାବେଳେ ତାହା ଅନ୍ତର୍ଜାତୀୟ ମାନର ନୁହେଁ। ସୁଇମିଂପୁଲ୍‌ ବ୍ୟବହାର କରିବାକୁ ଦିଆଯାଉ ନାହିଁ। ହେଟେଲରେ ପ୍ରବେଶ ବେଳେ ଏଥିପାଇଁ ସେମାନଙ୍କୁ କିନ୍ତୁ ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତ ରଖି କହିଛନ୍ତି।

Share