Categories: ଖେଳ

ଚୟନକର୍ତ୍ତା ପଦ ପୂରଣ କରିବ ବିସିସିଆଇ: ଜାନୁଆରୀ ୨୫ ରହିଛି ଆବେଦନପତ୍ର ଦାଖଲର ଶେଷ ଦିବସ

ନୂଆଦିଲ୍ଲୀ,୧୬ା୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ଭବତଃ ପଶ୍ଚିମାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ପେସ୍‌ ବୋଲର ସଲିଲ ଆଙ୍କୋଲାଙ୍କ ସ୍ଥାନରେ ଜଣଙ୍କୁ ନିଯୁକ୍ତି ଦେବା ଲାଗି ସୋମବାର ଦରଖାସ୍ତ ଆହ୍ବାନ କରିଛି। କାରଣ ପଶ୍ଚିମାଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ଅନ୍ୟ ଜଣେ ଅଜିତ ଅଗରକର ବର୍ତ୍ତମାନ ସିଲେକ୍ସନ କମିଟି ଚେୟାରମ୍ୟାନ ଅଛନ୍ତି। ବିସିସିଆଇ ଏହାର ନିଜସ୍ବ ଓ୍ବେବ୍‌ସାଇଟ୍‌ରେ ବିଜ୍ଞପ୍ତି ପ୍ରକାଶ କରିଛି। ଗତ ଦୁଇ ବର୍ଷ ଭଳି ଏହି ପଦବୀ ପାଇଁ ସମାନ ଯୋଗ୍ୟତା ରହିଛି। ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଜଣକ ଅତିକମ୍‌ରେ ୭ଟି ଟେଷ୍ଟ ଅବା ୩୦ ପ୍ରଥମଶ୍ରେଣୀ ମ୍ୟାଚ ଖେଳିଥିବା ଆବଶ୍ୟକ। ଯଦି ଜଣେ ଆବେଦନକାରୀଙ୍କ ୧୦ ଅନ୍ତର୍ଜାତୀୟ ଦିନିକିଆ ଅବା ୨୦ ପ୍ରଥମଶ୍ରେଣୀ ମ୍ୟାଚର ଅଭିଜ୍ଞତା ଥାଏ ତେବେ ତାଙ୍କ ଦରଖାସ୍ତକୁ ମଧ୍ୟ ବିଚାରକୁ ନିଆଯିବ। ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଜାନୁଆରୀ ୨୫ ରଖାଯାଇଛି।

Share