Categories: ଖେଳ

ଇଶାନ, ଶ୍ରେୟସଙ୍କର ଟିମ ଇଣ୍ଡିଆରେ ହେବ ନାହିଁ ପ୍ରତ୍ୟାବର୍ତ୍ତନ, ଉଭୟଙ୍କ ଉପରେ ଏହି କଠୋର ନିଷ୍ପତ୍ତି ନେଲା ବିସିସିଆଇ

ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଉଇକେଟ୍‌ କିପର ବ୍ୟାଟର୍‌ ଇଶାନ କିଷନ ଏହି ସିରିଜରେ ଚୟନ କରାଯାଇନାହିଁ। ଯେଉଁ କାରଣରୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପୂର୍ବରୁ ଖବର ଆସିଥିଲା ଯେ ସେ ମାନସିକ ସ୍ତରରେ ଫିଟ ନୁହଁନ୍ତି। ସେଥିପାଇଁ ସେ କ୍ରିକେଟ ଠାରୁ ଦୂରରେ ଅଛନ୍ତି, କିନ୍ତୁ ଯେତେବେଳେ ସେ ଆଇପିଏଲ ପାଇଁ ଅଭ୍ୟାସ ଆରମ୍ଭ କଲେ ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ସେ ବର୍ତ୍ତମାନ ଫିଟ୍‌ ଅଛନ୍ତି। ଖରାପ ଫର୍ମ ସହିତ ସଂଘର୍ଷ କରୁଥିବା ଶ୍ରେୟସ ଆୟରଙ୍କ ବିଷୟରେ ମଧ୍ୟ ଏକ ନୂତନ ଅପଡେଟ୍‌ ଆସିଛି। ଏହି ଦୁଇ ଖେଳାଳିଙ୍କ ସମ୍ପର୍କରେ ବିସିସିଆଇ କଡ଼ା ନିଷ୍ପତ୍ତି ନେଇଛି।

୧୬ ଫେବୃଆରୀରୁ ଖେଳାଯିବାକୁ ଥିବା ମ୍ୟାଚ ପୂର୍ବରୁ ଆୟର ଏବଂ ଇଶାନଙ୍କୁ ନିଜ ନିଜ ରଣଜୀ ଦଳରେ ଯୋଗଦେବାକୁ ବିସିସିଆଇ କହିଛି। ଯେତେବେଳେ ଇଶାନ ରଣଜୀ ଛାଡି ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସେତେବେଳେ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏଥି ସହିତ, ବର୍ତ୍ତମାନ ଶ୍ରେୟସଙ୍କୁ ମଧ୍ୟ ଟେଷ୍ଟ ଦଳକୁ ଫେରିବା ପାଇଁ ରଣଜୀରେ ଭଲ ପ୍ରଦର୍ଶନ କରିବାକୁ ପଡିବ।

ସୂଚନାଯୋଗ୍ୟ ଯେ, ମାନସିକ ସ୍ବାସ୍ଥ୍ୟ ଦର୍ଶାଇ ଇଶାନ ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଏହା ପରେ ସେ ଆଫଗାନିସ୍ତାନ ବିପକ୍ଷରେ ଟି -୨୦ସିରିଜ ଖେଳି ନଥିଲେ। ଏହା ପରେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ମନୋନୀତ ହୋଇ ନ ଥିଲେ। ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଇଶାନ କିଶନଙ୍କୁ ଦଳକୁ ଫେରିବା ପାଇଁ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ। ତେବେ ଏହା ପରେ ମଧ୍ୟ ସେ ରଣଜୀ ଟ୍ରଫିରେ ଅଂଶଗ୍ରହଣ କରି ନ ଥିଲେ ଏବଂ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

Share