Categories: ଖେଳ

ଡ୍ରାଭିଡ୍‌, ଗାଙ୍ଗୁଲିଙ୍କ ଉପରେ କମେଣ୍ଟ ଶାହାଙ୍କୁ ମହଙ୍ଗା ପଡ଼ିପାରେ

ନୂଆଦିଲ୍ଲୀ,୨୫।୨: ଭାରତୀୟ ଦଳରୁ ବାଦ୍‌ ପଡ଼ିବା ପରେ ଉଇକେଟକିପର ରିଦ୍ଧିମାନ ଶାହା ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଉପରେ କମେଣ୍ଟ କରିଥିଲେ। ଏଭଳି କରି ସେ ବିସିସିଆଇ ସହ କରିଥିବା ଚୁକ୍ତି ଭଙ୍ଗ କରିଛନ୍ତି। ପ୍ରୋଟୋକଲ ଭଙ୍ଗ କରିବା ଉପରେ ଭେଟେରାନ ଉଇକେଟକିପରଙ୍କୁ ସ୍ପଟିକରଣ ମାଗିପାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ।

କେନ୍ଦ୍ରୀୟ ଚୁକ୍ତିରେ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିବା ଶାହାଙ୍କୁ ବାର୍ଷିକ ୩ କୋଟି ଟଙ୍କା ମିଳେ। ଖେଳାଳିମାନେ ହସ୍ତାକ୍ଷର କରିଥିବା କେନ୍ଦ୍ରୀୟ ଚୁକ୍ତିରେ ଏକ କ୍ଲଜ (୬.୩) ଅଛି। ସେଥିରେ ଉଲ୍ଲେଖ ରହିଛି, ଖେଳାଳିମାନେ ଗେମ୍‌, ଅଧିକାରୀ, ଚୟନ ପ୍ରକ୍ରିୟା, ମ୍ୟାଚ୍‌ର କୌଣସି ନିର୍ଦ୍ଧିଷ୍ଟ ଘଟଣା, ବ୍ୟବହୃତ ଟେକନୋଲୋଜି ଉପରେ କମେଣ୍ଟ କରିପାରିବେ ନାହିଁ।

କୋଚ୍‌ ଡ୍ରାଭିଡ୍‌ ଓ ବିସିସିଆଇ ମୁଖ୍ୟ ଗାଙ୍ଗୁଲିଙ୍କ ସହ ହୋଇଥିବା ବ୍ୟକ୍ତିଗତ ଆଲୋଚନା ଉପରେ ଶାହା କମେଣ୍ଟ କରିଥିଲେ। ଟିମ୍‌ ମ୍ୟାନେଜମେଣ୍ଟ ଅତିରିକ୍ତ ଯୁବ ଉଇକେଟକିପରଙ୍କୁ ଦଳରେ ରଖିବାକୁ ଚାହୁଁଥିବା ଜଣାଇ ଦେଇଥିବାରୁ ୩୭ ବର୍ଷୀୟ ଭେଟେରାନଙ୍କ କ୍ୟାରିୟରର ପ୍ରାୟତଃ ଶେଷ ହୋଇଯାଇଛି।

Share