Advertisement
Categories: ଖେଳ

ପିତାଙ୍କ ମୃତ୍ୟୁଖବର ଶୁଣି ଅଷ୍ଟେଲିଆରୁ ଆସିଲେନି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତୃ ବିୟୋଗ ଘଟିଛି। ତାଙ୍କ ପିତା କିଛି ଦିନ ହେବ ଫୁସଫୁସ ରୋଗରେ ପୀଡିତ ଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବିସିସିଆଇ ଏହି ଦ୍ରୁତ ବୋଲରଙ୍କ ପ୍ରତି ସମବେଦନା ଜଣାଇଛି। ସିରାଜ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଅଷ୍ଟ୍ରେଲିଆରୁ ଭାରତକୁ ଫେରିବା ପାଇଁ ବିସିସିଆଇ ସିରାଜଙ୍କୁ ଅଫର ଦେଇଥିଲା କିନ୍ତୁ ଏହି ଦ୍ରୁତ ବୋଲର ଦଳ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବିସିସିଆଇ ସଚିବ ଜୟ ଶାହା ଏକ ପ୍ରେସ ବିଜ୍ଞପ୍ତି ଜାରି କହିଛନ୍ତି ମହମ୍ମଦ ସିରାଜଙ୍କ ସହ ବୋର୍ଡ ଆଲୋଚନା କରିଛି। ବିସିସିଆଇ ସିରାଜଙ୍କୁ ଭାରତ ଫେରିବାର ବିକଳ୍ପ ଦେଇଥିଲା କିନ୍ତୁ ସେ ଦଳ ସହିତ ରହିବାକୁ ନିଷ୍ପତ୍ତି ନେଇଥିଲେ। ମହମ୍ମଦ ସିରାଜଙ୍କ ନିଷ୍ପତ୍ତିକୁ ବିସିସିଆଇ ସମ୍ମାନ କରି ତାଙ୍କ କଷ୍ଟ ସମୟରେ ସାନ୍ତ୍ୱନା ଦେଇଥିଲା। ପିତାଙ୍କ ସ୍ବପ୍ନ ଯୋଗୁ ସିରାଜ ଅଷ୍ଟ୍ରେଲିଆରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ମୋ ପିତାଙ୍କ ସ୍ବପ୍ନ ଥିଲା ଯେ, ମୁଁ ଦେଶର ନାମକୁ ଉଜ୍ଜ୍ୱଳ କରିବା ଉଚିତ ଏବଂ ମୁଁ ନିଶ୍ଚିତ ତାହା କରିବି। ମୁଁ ମୋ ଜୀବନର ସବୁଠାରୁ ବଡ ସମର୍ଥକ ହରାଇଛି, ଏହା ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତ । ମୋତେ ଦେଶ ପାଇଁ ଖେଳୁଥିବା ଦେଖିବା ତାଙ୍କର ସ୍ବପ୍ନ ଥିଲା। ସୂଚନାଯୋଗ୍ୟ ଯେ, ସିରାଜଙ୍କ ପିତା ଜଣେ ଅଟୋ ଡ୍ରାଇଭର ଥିଲେ। ଏହା ସତ୍ତ୍ୱେ ସେ ପୁଅକୁ କ୍ରିକେଟର କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ ଦେଇଥିଲେ ଏବଂ ତାଙ୍କର ସବୁ ଅଭାବ ପୂରଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel