Categories: ଖେଳ

ରାହୁଲ ଦ୍ରାବିଡଙ୍କୁ ହିଁ ରହିପାରନ୍ତି ଭାରତୀୟ ଦଳର କୋଚ୍‌, ଚୁକ୍ତିନାମା ବଢାଇବାକୁ ପ୍ରସ୍ତାବ ଦେଇଛି ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡଙ୍କୁ ହିଁ ସିନିୟର ପୁରୁଷ ଦଳର କୋଚ୍‌ ଭାବରେ ରଖିବାକୁ ଚାହୁଁଛି। ବିଶ୍ୱକପ୍‌ ଶେଷ ହେବା ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ଏବଂ ସେ ପର୍ଯ୍ୟନ୍ତ ବୋର୍ଡ ତାଙ୍କୁ କୌଣସିି ନୂତନ ଅଫର ଦେଇ ନଥିଲା। ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ) ମୁଖ୍ୟ ବିବିଏସ ଲକ୍ଷ୍ମଣ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ କୋଚ ଭୂମିକା ଲିଭାଉଛନ୍ତି। ବର୍ତ୍ତମାନ ବୋର୍ଡ ଦ୍ରାବିଡଙ୍କୁ ଚୁକ୍ତିନାମା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି।

ବିସିସିଆଇ ଗତ ସପ୍ତାହରେ ଦ୍ରାବିଡଙ୍କ ସହ ଯୋଗାଯୋଗ କରିଥିଲା। ଏହି ସମୟ ମଧ୍ୟରେ କାର୍ଯ୍ୟକାଳ ବୃଦ୍ଧି ବିଷୟରେ ଆଲୋଚନା ହୋଇଥିଲା। ତେବେ ଦ୍ରାବିଡ ଏହି ଅଫରକୁ ଗ୍ରହଣ କରିଛନ୍ତି କି ନାହିଁ ତାହା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏହା ଜାଣିବାକୁ ମିଳିଛି ଯେ ବିସିସିଆଇ ଦ୍ରାବିଡଙ୍କ ସହ ଜାରି ରଖିବାକୁ ଆଗ୍ରହୀ ଅଟେ। ଏହାର ଏକ ମୁଖ୍ୟ କାରଣ ହେଉଛି ବୋର୍ଡ ଗତ ଦୁଇ ବର୍ଷ ମଧ୍ୟରେ ଦ୍ରାବିଡ ସୃଷ୍ଟି କରିଥିବା ଢାଞ୍ଚାକୁ ଆଗକୁ ନେବାକୁ ଚାହୁଁଛି।

ଯଦି ଦ୍ରାବିଡ ଏହି ଅଫରକୁ ଗ୍ରହଣ କରନ୍ତି, ତେବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଦକ୍ଷିଣ ଆଫ୍ରିକା ଗସ୍ତ ହେବ। ଏହି ଅବଧି ମଧ୍ୟରେ ତିନୋଟି ଟି -୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହି ଯାତ୍ରା ୧୦ ଡିସେମ୍ବରରେ ଟି -୨୦ ସିରିଜ ସହିତ ଆରମ୍ଭ ହେବ। ତା’ପରେ ଜୁନରେ ହେବାକୁ ଥିବା ଟି -୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅଛି।

Share