ବିସିସିଆଇ ଦେଇଛି ୧୧୫୯ କୋଟି ଟିକସ, କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ…

କୋଲକାତା,୯।୮ : ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ ବୋର୍ଡ। ୨୦୦୮ ରେ ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ ହେବା ପରେ ବୋର୍ଡର ରୋଜଗାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୨୧-୨୨ ବର୍ଷ ବିଷୟରେ କହିବାକୁ ଗଲେ, ବିସିସିଆଇ ୧୧୫୯ କୋଟି ଟିକସ ଦେଇଛି। ୨୦୨୦-୨୧ ତୁଳନାରେ ଏହା ୩୭ ପ୍ରତିଶତ ଅଧିକ। ବର୍ତ୍ତମାନ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ପରିମାଣ ବିଷୟରେ କହିବାକୁ ଗଲେ ଏହା ପ୍ରାୟ ୧୦୦୦ କୋଟି ରହିଛି। ବିସିସିଆଇର ଏକ ବର୍ଷର ଟିକସ କୋହଲିଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ । ରାଜ୍ୟସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ବିସିସିଆଇର ଆକାଉଣ୍ଟୀ ୫ ବର୍ଷର ରିପୋର୍ଟ ଉପସ୍ଥାପନ କରିଛନ୍ତି।

ସୂଚନା ଅନୁଯାୟୀ, ବିସିସିଆଇ ୨୦୨୦-୨୧ ମଧ୍ୟରେ ଟିକସ ହିସାବରେ ୮୪୪.୮୨ କୋଟି ଟଙ୍କା ଦେଇଥିଲା। ୨୦୧୯-୨୦ରେ ଏହା ୮୮୨.୨୯ କୋଟି ରହିଥିଲା। ୨୦୧୯ ରେ, ବିସିସିଆଇ ଟ୍ୟାକ୍ସ ଭାବରେ ୮୧୫.୦୮ କୋଟି ଟଙ୍କା ଦେଇଥିଲା। ୨୦୧୭-୧୮ ରେ ଏହା ୫୯୬.୬୩ କୋଟିରୁ ଅଧିକ ଥିଲା। ୨୦୨୧-୨୨ ମସିହାରେ ବୋର୍ଡର ରୋଜଗାର୭୬୦୬ କୋଟି ଟଙ୍କା ଥିଲା। ଏହି ସମୟ ମଧ୍ୟରେ ବୋର୍ଡର ଖର୍ଚ୍ଚ ପ୍ରାୟ ୩୦୬୪ କୋଟି ଟଙ୍କା ଥିଲା।

୨୦୨୦-୨୧ରେ ବୋର୍ଡର ରୋଜଗାର ୪୭୩୫ କୋଟି ଥିଲା। ଅର୍ଥାତ ଗୋଟିଏ ବର୍ଷ ମଧ୍ୟରେ ଏଥିରେ ପ୍ରାୟ ୩ ହଜାର କୋଟି ଟଙ୍କା ବୃଦ୍ଧି ଘଟିଛି। ଗତ ବର୍ଷ ବିସିସିଆଇ ଆଇପିଏଲର ଟିଭି ଏବଂ ଡିଜିଟାଲ ରାଇଟ୍ସ ବୋର୍ଡରୁ ୪୮ ହଜାରକୋଟିରୁ ଅଧିକ ଆୟ କରିଥିଲା।