Categories: ଖେଳ

ମଣିଷ ଯେହେତୁ ଭୁଲ ତ ହେବ: ଗାଙ୍ଗୁଲି

କୋଲକାତା,୨୪।୫: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଏହାକୁ ନେଇ ପ୍ରଶଂସକ ଚିନ୍ତାରେ ଥିବା ବେଳେ ଉଭୟଙ୍କ ସମର୍ଥନରେ ବାହାରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ମଙ୍ଗଳବାର ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ସମସ୍ତେ ମଣିଷ। ଭୁଲ ହେବ ହେଲେ ଅଧିନାୟକ ଭାବେ ରୋହିତଙ୍କ ରେକର୍ଡ ଭଲ। ୫ ଥର ଆଇପିଏଲ୍‌ ଟାଇଟଲ୍‌, ଏସିଆ କପ୍‌ ବିଜେତା ସେ। ସେ ଯେଉଁଥିରେ ନେତୃତ୍ୱ ନେଇଛନ୍ତି, ତାକୁ ଜିତିଛନ୍ତି। ମଣିଷ ଯେହେତୁ ଭୁଲ ହେବ। ହେଲେ ଉଭୟ ବହୁତ ଭଲ ଖେଳାଳି। ସେମାନେ ଖୁବ୍‌ଶୀଘ୍ର ଭଲ ଖେଳିବେ ବୋଲି ଆଶା। ଦୁହେଁ ଏତେ ଖେଳୁଛନ୍ତି ଯେ, ଅନେକ ଥର ଫର୍ମରେ ରହୁନାହାନ୍ତି। କୋହଲି ଗତ ମ୍ୟାଚ୍‌ରେ ଆର୍‌ସିବିର ଆବଶ୍ୟକତା ଥିବା ବେଳେ ବହୁତ ଭଲ ଖେଳିଛନ୍ତି ବୋଲି ଗାଙ୍ଗୁଲି କହିଛନ୍ତି।

Share