Categories: ଖେଳ

ଅଷ୍ଟ୍ରେଲିଆରେ ଆଇସୋଲେଶନ ନିୟମ ଭାଙ୍ଗିଲେ ୫ ଖେଳାଳି: ତଦନ୍ତ ନିର୍ଦ୍ଦେଶ ରିପୋର୍ଟକୁ ଖଣ୍ଡନ କଲା ବିସିସିଆଇ

ନୂଆଦିଲ୍ଲୀ,୨ା୧- ଅଷ୍ଟ୍ରେଲିଆରେ ଥିବା ଟିମ୍‌ ଇଣ୍ଡିଆର ୫ ଖେଳାଳି ଆେଇସୋଲେଶନ ନିୟମ ଭଙ୍ଗ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ଅଭିଯୋଗ କରିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି। ଏ ସମ୍ପର୍କରେ ସେଠାକାର କିଛି ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାକୁ ଖଣ୍ଡନ କରିଛି ବିସିସିଆଇ।

ଭାରତୀୟ ଦଳ ସହ ଜଡ଼ିତ ପ୍ରତ୍ୟେକ ସଦସ୍ୟ କୋଭିଡ୍‌-୧୯ ବାଇଓ ସିକୁରିଟି ପ୍ରୋଟୋକଲ ବିଷୟରେ ଅବଗତ। ସେମାନଙ୍କ ମଧ୍ୟରୁ କେହି ନିୟମ ଭାଙ୍ଗି ନାହାନ୍ତି ବୋଲି ବୋର୍ଡର ଜଣେ କର୍ମକର୍ତ୍ତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ମେଲବୋର୍ନର ଏକ ରେଷ୍ଟୁରାଣ୍ଟରେ ନବଲଦୀପ ସିଂ ନାମକ ଜଣେ ଭାରତୀୟ ପ୍ରଶଂସକ ଓପନର ରୋହିତ ଶର୍ମା, ଋଷଭ ପନ୍ତ ଓ ନବଦୀପ ସାଇନି ଓ ଶୁବମନ ଗିଲଙ୍କ ସହ କିଛି ଫଟୋ ଓ ଭିଡିଓ ଟୁଇଟରରେ ଶେୟାର କରିଥିଲେ। ଖେଳାଳିଙ୍କ ଖାଇବା ଲାଗି ପେମେଣ୍ଟ କରିବା ପରେ ପନ୍ତଙ୍କୁ ହଗ୍‌ କରିଥିବା ଉକ୍ତ ଫ୍ୟାନ ଜଣକ ଦାବି କରିଥିଲେ। ଏ ନେଇ ପରବର୍ତ୍ତୀ ସମୟରେ କ୍ଷମା ମଧ୍ୟ ମାଗିଛନ୍ତି। ନିୟମ ଅନୁସାରେ, ଆବଶକୀୟ ସତର୍କତା ଅବଲମ୍ବନ ପରେ ହିଁ ଖେଳାଳିମାନେ ବାହାରକୁ ଖାଇବାକୁ ଯାଇବପାରିବେ।

ଏହା ଅଷ୍ଟ୍ରେଲିଆନ୍‌ ମିଡିଆର ନିର୍ଦ୍ଧିଷ୍ଟ ବିଭାଗର ଏକ ହୀନ କାର୍ଯ୍ୟ। ମେଲବୋର୍ନ ଟେଷ୍ଟରେ ଶୋଚନୀୟ ପରାଜୟ ବରଣ କରିବା ପରେ ସେଠାକାର ମିଡିଆ ଏଭଳି ରିପୋର୍ଟ କ୍ରକାଶ କରିଥିବା ସେ କହିଛନ୍ତି।

Share