Posted inଖେଳ

ଚମକାଇ ଦେଲା ବିସିସିଆଇ, ଗାବା ଟେଷ୍ଟ ମଧ୍ୟରେ ୩ ଖେଳାଳିଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୧୫।୧୨: ବର୍ଡା-ଗାଭାସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଉଛି । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ଡିସେମ୍ବରରୁ ଗାବାରେ ଖେଳାଯାଉଛି । ସେପଟେ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ବିସିସିଆଇ ଭାରତୀୟ ଦଳର ୩ଖେଳାଳିଙ୍କୁ ଭାରତକୁ ପଠାଇଛି। ଏହି ଖେଳାଳିଙ୍କ ମଧ୍ୟରେ ଦ୍ରୁତ ବୋଲର ୟଶ ଦିନଲ, ମୁକେଶ କୁମାର ଏବଂ ନବଦୀପ ସାଇନିଙ୍କ ନାମ ଅନ୍ତର୍ଭୁକ୍ତ। ଏହି ଖେଳାଳିମାନଙ୍କୁ ରିଜର୍ଭ ଭାବରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ୩ଖେଳାଳିଙ୍କୁ ଭାରତକୁ ପଠାଯାଇଛି କାରଣ ବିଜୟ ହଜାରେ ଟ୍ରଫି ଡିସେମ୍ବର ୨୧ରୁ ଆରମ୍ଭ ହେଉଛି ଏବଂ ସମସ୍ତେ ନିଜ ନିଜ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ।
ଭାରତୀୟ ଦ୍ରୁତ ବୋଲର ଖାଲିଲ ଅହମ୍ମଦଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ୟଶ ଦିନଲଙ୍କୁ ଦଳରେ ସାମିଲ କରାଯାଇଥିଲା। ନେଟ ଶେସନରେ ଖାଲିଲ ସମ୍ପୂର୍ଣ୍ଣ ଫିଟ ହୋଇନଥିଲେ, ଯେଉଁଥିପାଇଁ ୟଶଙ୍କୁ ଭାରତୀୟ ଦଳ ସହିତ ପଠାଯାଇଥିଲା। ବର୍ତ୍ତମାନ ଯଶଙ୍କୁ ଉତ୍ତରପ୍ରଦେଶ ପାଇଁ ବିଜୟ ହଜାରେ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବ।
ଦ୍ରୁତ ବୋଲର ମୁକେଶ କୁମାରଙ୍କ ପାଇଁ ଏହି ଯାତ୍ରା ବହୁତ ଲମ୍ବା ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ସେ ଇଣ୍ଡିଆ ଏ ଦଳ ସହିତ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ। ଏବେ ତାଙ୍କୁ ବିଜୟ ହଜାରେ ଟ୍ରଫିରେ ତାଙ୍କ ଦଳ ବେଙ୍ଗଲ ପାଇଁ ଖେଳୁଥିବା ଦେଖିବାକୁ ମିଳିବ।
ଅଷ୍ଟ୍ରେଲିଆ ଗସ୍ତ ସମୟରେ ନବଦୀପ ସାଇନି ଇଣ୍ଡିଆ ଏ ପାଇଁ କେବଳ ଗୋଟିଏ ମ୍ୟାଚ ଖେଳିଥିଲେ। ଏହା ପରେ ସେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳରେ ଯୋଗ ଦେଇ ନେଟ୍‌ରେ ବୋଲିଂ କରୁଛନ୍ତି। ବ୍ରିସବେନ ଟେଷ୍ଟର ପ୍ରଥମ ଦିନରେ ସେ ଷ୍ଟାଣ୍ଡରୁ ଖେଳ ଦେଖିଥିଲେ, କିନ୍ତୁ ବର୍ତ୍ତମାନ ସେ ଭାରତ ଆସି ନିଜ ଦଳ ଦିଲ୍ଲୀରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image