Posted inଖେଳ

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭି ଏସ୍‌ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଜଷ୍ଟିନ୍‌ ଲାଙ୍ଗର, ରିକି ପଣ୍ଟିଂ ଏବଂ ଚେନ୍ନାଇ ମୁଖ୍ୟ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଏହି ଦୌଡ଼ରେ ଅଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ଗମ୍ଭୀର ଏବଂ ଫ୍ଲେମିଂଙ୍କୁ ମଜଭୂତ ଦାବିଦାର ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର କୋଚ୍‌ କିଏ ହେବ ସେ ନେଇ ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଷ୍ପତ୍ତି ନେଇପାରନ୍ତି।

ବିସିସିଆଇର ପ୍ରଚେଷ୍ଟା ସତ୍ତ୍ୱେ ନିଜର କାର୍ଯ୍ୟକାଳ ବଢ଼ାଇବାକୁ ଚାହୁଁନାହାନ୍ତି ରାହୁଲ ଦ୍ରାବିଡ। ଏକ ରିପୋର୍ଟ ଅନୁଯାୟୀ ଫ୍ଲେିମିଂଙ୍କୁ ଏହି ଦାୟିତ୍ୱ ଦେବା ଲାଗି ବୋର୍ଡ ଚାହୁଁଛି। ମାତ୍ର ୨୦୨୭ ଯାଏ ଏହି ଦାୟିତ୍ୱ ତୁଲାଇବାକୁ ସେ ଅକ୍ଷମ ବୋଲି କହୁଛନ୍ତି।

ଆଇପିଏଲ୍‌ ଆରମ୍ଭରୁ ବୋର୍ଡ ଫ୍ଲେମିଂଙ୍କ ସହ ଆଲୋଚନା କରିଥିଲା। ସେ ଏଭଳି ଦାୟିତ୍ୱ ନେବାକୁ ଚାହୁଁଥିଲେ, ଯେଉଁଥିରେ କମ୍‌ ସମୟ ଦେବାକୁ ପଡ଼ିବ। ଏହାପରେ ଗମ୍ଭୀର ଏବଂ ପଣ୍ଟିଂଙ୍କ ଭଳି ଅନ୍ୟ ବିକଳ୍ପ ଦେଖାଯାଇଥିଲା। ହେଲେ ଚେନ୍ନାଇର ପରାଜୟ ପରେ ବିସିସିଆଇ ଫ୍ଲେମିଂଙ୍କୁ ବୁଝାଇବାକୁ ଆଉ ଏକ ଅବସର ଥିବା ଦେଖୁଛି। ଏଣୁ ଧୋନୀଙ୍କ ସହାୟତା ଲୋଡାଯାଉଛି।

ଧୋନୀ ଏବଂ ଫ୍ଲେମିଂଙ୍କ ମଧ୍ୟରେ ନୀବିଡତା ରହିଛି। ଫ୍ଲେମିଂ ଚେନ୍ନାଇ କୋଚ୍‌ ହେବାପରଠାରୁ ଧୋନୀ ତାଙ୍କୁ ଦଳକୁ ଛାଡ଼ିବାକୁ ଦେଇନାହାନ୍ତି। ପ୍ରଥମେ ସେ ସିଏସ୍‌କେ ପାଇଁ ଖେଳୁଥିଲେ, ଏବେ ସେ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଯେବେ ଚେନ୍ନାଇ ଉପରେ ୨ ବର୍ଷର ପ୍ରତିବନ୍ଧକ ଲାଗିଥିଲା, ସେତେବେଳେ ଧୋନୀ ତାଙ୍କୁ ରାଇଜିଂ ପୁଣେ ସୁପରଜିଆଣ୍ଟସରେ ନିଜ ସହ ରଖିଥିଲେ। ଏବେ ଆଇପିଏଲ୍‌ ଥିବା ଯୋଗୁ ବିସିସିଆଇ ଧୋନୀଙ୍କ ସହ କଥା ହେବାକୁ ଚାହୁଁ ନ ଥିଲା। ହେଲେ ଏବେ ତାଙ୍କ ଟିମ୍‌ ବାଦ୍‌ ପଡ଼ିଛି। ଏଣୁ ବୋର୍ଡ ଶେଷଥର ପାଇଁ ଧୋନୀଙ୍କ ଜରିଆରେ ଚେଷ୍ଟା କରିବାକୁ ବୋର୍ଡ ଚାହୁଁଛି।

ଧୋନୀ ଯଦି ଫ୍ଲେମିଂକୁ ବୁଝାଇବାରେ ସଫଳ ହୁଅନ୍ତି ତେବେ ସେ ଭାରତର ହେଡ୍‌ କୋଚ୍‌ ହୋଇପାରନ୍ତି। ଯଦି ଏଭଳି ହୁଏ ନାହିଁ ତେବେ ଗମ୍ଭୀରକୁ ଏହି ପଦ ଲାଗି ବଡ଼ ଦାବିଦାର ହେବେ। ଏଥିଲାଗି ଧୋନୀଙ୍କ ହାତରେ କୋଚ୍‌ କିଏ ହେବ ତାହା ରହିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri